ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନିରେ ଧ୍ୱସ୍ତ ବିଧ୍ୱସ୍ତ ଓଡ଼ିଶା ପାଇଁ ଏବେ ବି ସବୁ ଦିଗରୁ ଛୁଟୁଛି ସହାୟତାର ସୁଅ। ଆଜି ଫନି ପ୍ରଭାବିତଙ୍କ ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟା ସହାୟତାର ହାତ ବଢ଼ାଇଛନ୍ତିା

ବାତ୍ୟା ବିପନ୍ନଙ୍କ ଲାଗି ସେ ଆଜି ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତିା ଏହି ସହାୟତା ରାଶି ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତିା

ମେ‘ ୩ରେ ସାମୁଦ୍ରିକ ଝଡ଼ ଫନି ପୁରୀରେ ଲାଣ୍ଡଫଲ କରିଥିଲା। ଲାଣ୍ଡଫଲ କରିବା ପରେ ଫନିର ପ୍ରଭାବ ସବୁକିଛି ଛାରଖାର କରିଦେଇଥିଲା। ପବନର ବେଗ ବହୁ ଧନ ଜୀବନ ନଷ୍ଟ କରି ଦେଇଥିଲା।

କେବଳ ଗୀତା ମେହଟ୍ଟା ନୁହଁନ୍ତି ତାଙ୍କ ପୂର୍ବରୁ ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓଡ଼ିଶା ପାଇଁ ସହାୟତାର ହାତ ବଢ଼ାଇଛନ୍ତିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment