ଓଡ଼ିଶାଲାଇଭ୍ ବ୍ୟୁରୋ

ହସ ଖୁସି ଗମାତ ମଉଜର କଥା। ତା’ ସହିତ କିଛି କିଛି ଥଟ୍ଟା ମୁସ୍‍କିଲ୍‍। ଏସବୁର ମଉକା ଆଣିଦେଇଛି ମୃଣାଳ ଚାଟାର୍ଜୀଙ୍କ ଅଡିଓ ସିଡି ‘ଜଗତେ ଥିବା ଯେତେଦିନ’ର ଏକାଦଶ ସଂସ୍କରଣ।

ମୁକ୍ତ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ତାଲିମ୍‍ ଅବସରରେ ରେଡିଓ ଜକି ତଥା ସାମ୍ବାଦିକ ସୁବ୍ରତ ପତି, ସହକାରୀ ପ୍ରଫେସର ଜ୍ୟୋତି ପ୍ରକାଶ ମହାପାତ୍ର ଓ ସମ୍ବିତ ପାଲ୍‍ ଏହାକୁ ଉନ୍ମୋଚନ କରିଥିଲେ।

ଖବରକାଗଜରେ ମୃଣାଳଙ୍କ ନିୟମିତ ପ୍ରକାଶିତ ସ୍ତମ୍ଭ ‘ଜଗତେ ଥିବା ଯେତେଦିନ’ର ଏହା ହେଉଛି ଏକାଦଶ ଅଡିଓ ଭର୍ସନ୍‍। ନିଜେ ଲେଖକ ଏଥିରେ କଣ୍ଠଦାନ କରିଛନ୍ତି। ସମ୍ପୂର୍ଣ୍ଣ ସିଡିରେ ଭରପୂର ବ୍ୟଙ୍ଗ ରହିଛି। ମଜା ଛଳରେ ମୃଣାଳ ଏଥିରେ ଅନେକ ସିରିୟସ୍‍ କଥା ମଧ୍ୟ କହିଛନ୍ତି।

କେତେବେଳେ ଆମ୍ବକୁ ନେଇ ମଜାଦାର କଥା ତ କେବେ ଓଡ଼ିଶାର ସଂସ୍କୃତି, ଚଳଣି ଓ ପରମ୍ପରାକୁ ନେଇ ଅନେକ ରୋଚକ କଥା। ପୁଣି କେବେ ପାନୀୟ ଜଳ ସମସ୍ୟା ତ ଆଉ କେବେ ସମ୍ପର୍କର କଥା ବଖାଣିଛନ୍ତି ସେ। ସିଡିଟି ଥରେ ଶୁଣିବା ଆରମ୍ଭ କଲେ ଶେଷ ଯାଏ ମନ ଲାଖିଯାଏ। ଅତିସୁନ୍ଦରଭାବେ ସେ ବିଷୟବସ୍ତୁଗୁଡ଼ିକର ବର୍ଣ୍ଣନା କରିଛନ୍ତି। ସ୍ପଷ୍ଟ କଣ୍ଠସ୍ୱର ସାଙ୍ଗକୁ ଚମକ୍ରାର ଉପସ୍ଥାପନା ଶୈଳୀ ଶ୍ରୋତାଙ୍କୁ ବାନ୍ଧି ରଖିବ।

LEAVE A REPLY

Please enter your comment!
Please enter your name here