ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି। ଦିନ ୧୦ଟାପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁନାହାନ୍ତି। ଦିନ ୧୨ଟାପରେ ସହର ବି ପୂରା ଶୁନଶାନ୍ ଲାଗୁଛି।

ଏହାରି ଭିତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଉ କିଛିଦିନ ଏଭଳି ଗରମ ଲାଗିରହିବ। ସେପଟେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଆଗାମୀ କିଛିଦିନ ଯାଏଁ ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧିପାଇବ। ଏପରିକି କିଛି ସହରର ତାପମାତ୍ରା ୪୪ ରୁ ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।

ଗତ କିଛିଦିନ ହେବ ପଶ୍ଚିମଠୁ ଆରମ୍ଭ କରି ଉପକୂଲ ଓ ଆଭ୍ୟନ୍ତରୀଣ ସବୁଠି ଗରମ। ଲୋକେ ଅସ୍ତବ୍ୟସ୍ତ ହେଲେଣି। ସମସ୍ତେ ଅସରାଏ ବର୍ଷାକୁ ଅପେକ୍ଷା କରିଛନ୍ତି। ଡହଡ଼ହ ଖରାରେ ସିଝୁଛି ଅଧା ଓଡ଼ିଶା। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ନିର୍ଦ୍ଧାରିତ ସମୟଠୁ ୪ରୁ୫ ଦିନ ବିଳମ୍ବରେ ଏଥର କେରଳ ଛୁଇଁବ ମୌସୁମୀ ଅର୍ଥାତ ମୌସୁମୀ ରାଜ୍ୟରେ ପହଞ୍ଚୁ ପହଞ୍ଚୁ ଜୁନ୍ ଦ୍ବିତୀୟ ସପ୍ତାହ ହେବ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment