ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ସର୍ବ ବୃହତ୍‌ ଦୁଗ୍ଧ କମ୍ପନି ଅମୂଲ ଏହାର କ୍ଷୀର ଦର ବଢ଼ାଇଛି। କ୍ଷୀର ଲିଟର ପ୍ରତି ୨ଟଙ୍କା ଲେଖାଏଁ ମୂଲ୍ୟ ବଢ଼ାଇଛି ଅମୂଲ। ଏହି ଦର ବୃଦ୍ଧି କେବଳ ଅମୂଲ ଗୋଲ୍ଡ, ଅମୂଲ ଶକ୍ତି ଏବଂ ଅମୂଲ ଟି ସ୍ପେଶାଲ ବ୍ରାଣ୍ଡ ଉପରେ ଲାଗୁ ହେବ। ଏହି ବର୍ଦ୍ଧିତ ଦର ଆସନ୍ତାକାଲି ମଙ୍ଗଳବାରଠାରୁ ଲାଗୁ ହେବ। ଏନେଇ କମ୍ପାନିର ଏମ୍‌ଡି ଆର୍‌ଏସ୍‌ ସୋଧି ଘୋଷଣା କରିଛନ୍ତି।

ଏହି ଦର ବୃଦ୍ଧି ଫଳରେ ଅମୂଲ କମ୍ପାନି ସହିତ ଜଡ଼ିତ ୭ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ଏମ୍‌ଡି କହିଛନ୍ତି। ତେବେ ଏହି ବର୍ଦ୍ଧିତ ଦର ଗୁଜୁରାଟ, ମୁମ୍ବାଇ, କୋଲକାତା ଏବଂ ଦିଲ୍ଲୀ ସହରରେ ଲାଗୁ ହେବ ବୋଲି ସୂଚନା ମିଳିଛି।

Comment