ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୨ଦିନ ରହିଲା। ଏହାରି ମଧ୍ୟରେ ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ଏକଜିଟ୍‌ ପୋଲ୍‌ ଜାରି କରିଛନ୍ତି। ଏକଜିଟ୍‌ ପୋଲ୍‌ ଜରିଆରେ ନିର୍ବାଚନରେ କିଏ ହାରିବ ଏବଂ କିଏ ଜିତିବ ସେନେଇ ଅଙ୍କ କଷା ହୋଇଛି।

ଏକଜିଟ୍‌ ପୋଲ୍‌ ଆକଳନ ଅନୁଯାୟୀ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସଂଖ୍ୟା ଗରିଷ୍ଠ ପାଇ ପୁଣି ଥରେ ସରକାର ଗଠନ କରିବା ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟକ୍‌ ମାର୍କେଟ୍‌ ଯେମିତି ଏକ ହଇଚଇ ସୃଷ୍ଟି ହୋଇଯାଇଛି।

ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇବା ପରେ ସୋମବାର ସେୟାର ମାର୍କେଟ୍‌ରେ ବୁଲ୍‌ ଉପରକୁ ଉଠିଛି। ବର୍ତ୍ତମାନ ସୁଦ୍ଧା ସେନ୍‌ସେକ୍ସରେ ୧୦୨୯ ଅଙ୍କ ଅର୍ଥାତ୍‌ ୨.୭୧ ପ୍ରତିଶତ ବଢ଼ି ୩୮୯୬୦.୪୦ରେ ପହଞ୍ଚିଛି। ସେହିପରି ନିଫ୍ଟିରେ ମଧ୍ୟ ୩୦୨.୨୦ ପଏଣ୍ଟ ଅର୍ଥାତ୍‌ ୨.୬୫ ପ୍ରତିଶତ ଅଭିବୃଦ୍ଧି ଘଟି ୧୧୭୦୯.୪୦ରେ ପହଞ୍ଚିଛି।

ଅନ୍ୟପକ୍ଷରେ ସେମବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିଛି। ଆମେରୀକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯ ପଇସା ବୃଦ୍ଧି ପାଇଛି।

Comment