ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ବିଶ୍ୱ ବଜାରରେ ଭୂକମ୍ପ ଆଣିଛି କିନ୍ତୁ ଏହା ମଧ୍ୟ ସତ ଯେ, ଗତ ୧ ଦଶକ ଭିତରେ ଏହା ହେଉଛି ଭଲ ଆୟ କରିବାର ସୁବର୍ଣ୍ଣ ସୁଯୋଗ।

କରୋନା ବିଶ୍ୱ ବଜାରରେ ଆଣିଛି ମାନ୍ଦାବସ୍ଥା। ୧୯୨୯ର ଗ୍ରେଟ୍ ଡିପ୍ରେସନ ପରେ ଏହା ହେଉଛି ସବୁଠାରୁ ବଡ଼ ଅର୍ଥନୈତିକ ବିପର୍ଯ୍ୟୟ। କିନ୍ତୁ ବିଶେଷଜ୍ଞଙ୍କ କହିବା ହେଉଛି ଗତ ୧୦ ବର୍ଷ ଭିତରେ ଏହା ହେଉଛି ସେୟାର ମାର୍କେଟରୁ ଭବିଷ୍ୟତରେ ଲାଭ ଅମଳର ସବୁଠୁ ଭଲ ସମୟ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କେମିତି ଏହା ସମ୍ଭବ? ତେବେ ଆସନ୍ତୁ ଜାଣିବା କାହିଁକି ଏହା ସମ୍ଭବ।

STP ଜରିଆରେ ନିବେଶର ଆରମ୍ଭ

ସିଷ୍ଟମେଟିକ୍ ଟ୍ରାନ୍ସଫର ପ୍ଲାନ୍(ଏସ୍‌ଟିପି) ସେମାନଙ୍କ ପାଇଁ ଯେଉଁମାନଙ୍କ ପାଖରେ ନିବେଶ ପାଇଁ ନଗଦ ଟଙ୍କା ଅଛି। ଏହା ଇକ୍ୱଟିରେ ନିବେଶ ଅଂଶ ବଢାଇବା ପାଇଁ ଦୁରଦର୍ଶୀ ବିଚାର ହୋଇପାରେ। ତେବେ ଆଗାମୀ କିଛି ମାସ ଭିତରେ ନିବେଶ ବଢାଇବା ପାଇଁ ଏହା ଉଚିତ ମଉକା ହୋଇପାରେ। ବଜାରର ବର୍ତ୍ତମାନ ଅବସ୍ଥାକୁ ଦେଖି ଜଣେ ନିବେଶକ ଏବେ ଲାର୍ଜ କ୍ୟାପ୍ ଓ ମିଡ୍ କ୍ୟାପରେ ନିବେଶ କରିବା ଠିକ ହେବ।  କାରଣ ବଡ଼ ଓ ମଧ୍ୟମ ଧରଣର କଂପାନି ଭବିଷ୍ୟତରେ ପୁଣି ଟ୍ରାକକୁ ଆସିବା ସମ୍ଭାବନା ରହିଥାଏ।  ତେଣୁ ଭବିଷ୍ୟତରେ ଛୋଟ କମ୍ପାନି ବା ସ୍ମଲ୍‌କ୍ୟାପଙ୍କ ତୁଳନାରେ ବଡ଼ କମ୍ପାନି ଅଧିକ ଲାଭ ଦେବାର ସମ୍ଭାବନା ରହିଥାଏ।

ଏସ୍ଆଇପି ଟପ୍ ଅପ୍ କରନ୍ତୁ

ଏସଆଇପି ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ ର ନିବେଶକ ଯଦି ଏବେ ଅଧିକ ନିବେଶ କରିବାର କ୍ଷମତା ରଖୁନାହାନ୍ତି ତେବେ ସେମାନେ ଅତିକମରେ ନିବେଶ ଜାରି ରଖନ୍ତୁ। ଟଙ୍କା-କଷ୍ଟ୍ ଆଭରେଜିଂ ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତି ଏକ ଭଲ ମଉକା। ଯାହା ସିପ୍ ସିଧାନ୍ତ ଅନୂରୁପ।

ପୁଞ୍ଜି ଆବଣ୍ଟନର ସମୀକ୍ଷା କରନ୍ତୁ

ପୋର୍ଟଫୋଲିଓର ପୁଞ୍ଜି ଆବଣ୍ଟନର ସମୀକ୍ଷା କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଏଭଳି ବଜାର ପରିସ୍ଥିତି ଇଚ୍ଛୁକ ନିବେଶକଙ୍କୁ ନିବେଶ ଆରମ୍ଭ କରିବାର ଉତ୍ତମ ମଉକା ଦେଇଥାଏ। ଇକ୍ୱିଟିରେ ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କୁ ଏହା ଇକ୍ୱିଟିରେ ନିବେଶ କରିବା ପାଇଁ ସୁଯୋଗ ଦେଇଥାଏ।  ତେବେ ଏହି ସମୟରେ ଧିରେ ଧିରେ ଟଙ୍କା ନିବେଶ କରନ୍ତୁ। ଏକକାଳୀନ ଅପେକ୍ଷା କିସ୍ତିରେ ନିବେଶ କରନ୍ତୁ।

ତରତର ହୋଇ ପୁଞ୍ଜି ବାହାର କରନ୍ତୁ ନାହିଁ

ବର୍ତ୍ତମାନ ପରିସ୍ଥିତିରେ ଭୟଭୀତ ହୋଇ ପୁଞ୍ଜି ବାହାର କରିବାରୁ ବିରତ ହୁଅନ୍ତୁ। ଲମ୍ବା ଅବଧିର ନିବେଶକ ଏମିତି କଲେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ। ଯଦି ଲମ୍ବା ଅବଧି ପାଇଁ ନିବେଶ କରୁଛନ୍ତି ତେବେ ଡରନ୍ତୁ ନାହିଁ, ବଜାରର ସ୍ଥିତି ଦିନେ ନା ଦିନେ ସୁଧୁରିବ।

ଏସ୍ଆଇପି ବନ୍ଦ କରନ୍ତୁ ନାହିଁ

ଏସଆଇପି ବନ୍ଦ କରିବାର ଏହା ଉଚିତ ସମୟ ନୁହେଁ। କାରଣ ଏହା ଟଙ୍କା-କଷ୍ଟ ଆଭରେଜିଂର ଉଦ୍ଦେଷ୍ୟକୁ ପରାସ୍ତ କରିଦେବ। ବର୍ତ୍ତମାନ ଯଦି ଆପଣ ଏସଆଇପି ନିବେଶ କରୁଛନ୍ତି ତେବେ ଜାରି ରଖନ୍ତୁ କିମ୍ବା ଏସଆଇପିରେ ଅଧିକ ଟଙ୍କା ନିବେଶ କରନ୍ତୁ । ଯଦି ଆପଣ ନିବେଶ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ନିବେଶ ଆରମ୍ଭ କରିବାର ସଠିକ ସମୟ। ହିସାବ ଅନୁସାରେ ଏଭଳି ପରିସ୍ଥିତିରେ ଆଗରୁ ଯେଉଁମାନେ ନିବେଶ କରିଥିଲେ କିମ୍ବା ଜାରି ରଖିଥିଲେ,ସେମାନେ ଲମ୍ବା ଅବଧିରେ  ଅଧିକ ଧନ ଉପାର୍ଜନ କରିଛନ୍ତି।

mutual fund

ପୁଞ୍ଜି ଆବଣ୍ଟନକୁ ଭଙ୍ଗ କରନ୍ତୁ ନାହିଁ

ଆପଣଙ୍କ ପୁଂଜି ଆବଣ୍ଟନ ଜଣେ ନିବେଶକ ଭାବେ ଆପଣଙ୍କ ରିସ୍କ ନେବାର କ୍ଷମତାକୁ ଦର୍ଶାଇ ଥାଏ। ନିବେଶକଙ୍କ ପକ୍ଷରେ ନିବେଶ କରିବା ଆବଶ୍ୟକ କିନ୍ତୁ ନଗଦ ଟଙ୍କା ପାଇଁ ଆପଣଙ୍କ ମଧ୍ୟମ ଅବଧିର ଆବଶ୍ୟକତା, ନିୟମିତ ଆୟର ଆବଶ୍ୟତା ଓ ପୋର୍ଟଫୋଲିଓରେ ଅନ୍ୟ ପୁଞ୍ଜି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

ଏକାଥରକେ ବଡ଼ ଧରଣର ନିବେଶ କରନ୍ତୁ ନାହିଁ

ଏଭଳି ପରିସ୍ଥିତିରେ ଏକାଥରକେ ବଡ ଧରଣର ନିବେଶ କରନ୍ତୁ ନାହିଁ। ଅଳ୍ପଅଳ୍ପ ନିବେଶ କରନ୍ତୁ। ଏହାଦ୍ୱାରା ଆପଣ ବଜାର କେମିତି ବ୍ୟବହାର କରୁଛି ତାହା ଜାଣି ପାରିବେ। ଏଭଳି କଲେ ଆପଣ ବଜାରରୁ ଅଧିକ ଲାଭ ପାଇବାର ସମ୍ଭାବନା ରହିଛି।

Comment