ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚାଲିଛି ଭୋଟ୍ ଗଣତି। ୧୧ଟା ମଧ୍ୟରେ ବିହାରର ୪୦ଟି ସିଟରୁ ଏନଡିଏ ଆଗରେ ରହିଛି। ବିହାରରେ ଏନଡିଏ ୪୦ ସିଟରୁ ୩୮ ସିଟ୍ ଆଗରେ ଚାଲିଛି। ଅନ୍ୟପକ୍ଷରେ ବିହାରର ମହାଗଠବନ୍ଧନ ପଛରେ ରହିଛି। କେବଳ ଦୁଇଟି ସିଟ୍ ପାଇଛି।
ପାଟନା ସିଟରୁ କେନ୍ଦ୍ରୀୟ ମନ୍ତ୍ରୀ ଲିଡରେ ରହିଛନ୍ତି। ବେଗୁସରାଇରେ ଗିରିରାଜ ସିଂହ ଆଗରେ ରହିଛନ୍ତି। ଏଠାରେ ଗିରିରାଜଙ୍କ ବିପକ୍ଷରେ ସିପିଆଇର କହ୍ନେୟା କୁମାର ଏବଂ ମହାଗଠବନ୍ଧନର ତନବୀର ହସନ ପ୍ରତିନିଧିତ୍ୱ କରୁଛନ୍ତି।
ବର୍ତ୍ତମାନ ବିହାରରେ ଜେଡିୟୁ ଏବଂ ବିଜେପିର ଏନଡିଏ ସରକାର ଅଛନ୍ତି।
୨୦୧୫ରେ ବିଧାନସଭା ନିର୍ବାଚନରେ ଆରଜେଡି ୮୦, ଜେଡିୟୁ ୭୧, ବିଜେପି ୫୩ ଏବଂ କଂଗ୍ରେସ ୭୧ ସିଟରୁ ଜିତିଥିଲା। ସେତେବେଳେ ଜେଡିୟୁ, କଂଗ୍ରେସ, ଆରଜେଡି ଏବଂ କଂଗ୍ରେସ ମିଶି ମହାଗଠବନ୍ଧନର ସରକାର ଗଢ଼ିଥିଲେ ଏବଂ ନିତିଶ୍ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ନିତିଶ୍ କୁମାର ମହାଗଠବନ୍ଧନ ଛାଡ଼ି ବିଜେପି ସହ ମିଶି ଏନଡିଏ ସରକାର ଗଢ଼ିଥିଲେ।

















