ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

congress

୨୦୧୯ ଲୋକସଭା ନିର୍ବାଚନ କଂଗ୍ରେସ ଦଳ ପାଇଁ ଅତ୍ୟନ୍ତ ନିରାଶଜନକ ହୋଇଛି। ମାତ୍ର ୫୦ ଆସନରେ ଜିତିବା ଦେଖାଯାଉଥିବା କଂଗ୍ରେସ ପାଇଁ ଏହି ଫଳ ଆହୁରି ଚିନ୍ତାଜନକ କାରଣ। ଦଳ କ୍ଷମତାରେ ଥିବା ରାଜ୍ୟ ଯଥା ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକରେ ବି ଦଳର ପ୍ରାର୍ଥୀମାନେ ବିପୁଳ ସଂଖ୍ୟାରେ ହାରିଛନ୍ତି। ଯାହା ଜଣା ଯାଉଛି ଭାରତ ଏବେ କଂଗ୍ରେସମୁକ୍ତ ହେବା ସ୍ଥିତିକୁ ଆସିଯାଇଛି।

ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ଦାଦର ଓ ନଗର ହାବେଲି, ଦମନ ଓ ଡିୟୁ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିବଙ୍ଗ ଏହି ସବୁ ରାଜ୍ୟରେ କଂଗ୍ରେସ ଆଦୌ ଖାତା ଖୋଲି ପାରିନାହିଁ କିମ୍ବା ଗୋଟିଏ ଗୋଟିଏ ଆସନରେ ଜିତିବାର ସମ୍ଭାବନା ରହିଛି।

Comment