ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସହ୍ୟ ଗରମରେ ଡହଳବିକଳ ହେଉଛି ଓଡ଼ିଶା। ଶୁକ୍ରବାର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ସହରରେ ପାରଦ ୪୦ ଉପରେ ରହିଛି। ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ହୋଇଛି।

ଶୁକ୍ରବାର ସମ୍ବଲପୁରରେ ୪୩.୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ହୀରାକୁଦରେ ୪୩.୮ ଡିଗ୍ରୀ ରହିଛି। ସେହିପରି ତାଳଚେରରେ ୪୩.୭ ଡିଗ୍ରୀ ତାପମାତ୍ରା ଥିବା ବେଳେ ଝାରସୁଗୁଡ଼ା ୪୩.୫, ସୋନପୁର ୪୩.୨, ବଲାଙ୍ଗିର ୪୨.୭, ଭବାନୀପାଟଣା ୪୧.୫, ମାଲକାନଗିରି ୪୧ ଏବଂ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରହିଛି।

ଟୁଇନ୍‌ ସିଟିରେ ଆଜି ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ମିଳିଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୭ ଡିଗ୍ରୀ ଥିବା ବେଳେ କଟକରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment