ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଦିନରେ ବଢ଼ିବ ତାତି। ଦୁଇ ଦିନ ଧରି କୋହଲା ପାଗ ଓ ବର୍ଷା ହେବାରୁ ଦିନର ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା। ମଙ୍ଗଳବାରଠାରୁ ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଉପକୂଳ ଓଡ଼ିଶାର କିଛିଟା ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ବଢ଼ିବ। ହେଲେ ରାତିର ତାପମାତ୍ରା କମିବ। ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୭ ଡିଗ୍ରୀ ପାଖାପାଖି ପହଞ୍ଚିବ। ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଏଭଳି ରହିବ। ଏହାପରଠୁ ରାତିର ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ମଙ୍ଗଳବାର ଏବଂ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, କେନ୍ଦୁଝର, ଅନଗୁଳ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସକାଳ ସମୟରେ କୁହୁଡ଼ି ସହ ବର୍ଷା ହେବ। ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ିବ। ତାପମାତ୍ରା ୨ ଡିଗ୍ରୀ ବଢ଼ିବ।

ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଏବଂ ସମ୍ବଲପୁରରେ ରାତିରେ କୁହୁଡ଼ି ଲାଗି ରହିବ। ୩୦ ଜାନୁଆରିରେ ଉତ୍ତର ଓଡ଼ିଶାର ହାଲୁକା ବର୍ଷା ହେବ। ଦାରିଙ୍ଗିବାଡ଼ିରେ ଦିନର ତାପମାତ୍ରା ୧୮ ଡିଗ୍ରୀ ରହିଥିବା ବେଳେ ରାତିର ତାପମାତ୍ରା ୧୨.୫ ଡିଗ୍ରୀ ରହିଥିଲା।

Comment