ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେକର୍ଡ ଭାଙ୍ଗୁଛି ପାରଦ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗୁଛି। ଏଣେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ଡହଳବିକଳ ହେଉଛନ୍ତି। ଶନିବାର ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଶନିବାର ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଥିଲା।

ରାଜ୍ୟରେ ଏହି ତାତିରୁ ଆଗାମୀ କିଛି ଦିନ ଯାଏଁ ନିସ୍ତାର ମିଳିବନି। ତେବେ ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୯ଟି ଜିଲ୍ଲାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା

ରାଜ୍ୟରେ ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ସିଧାସଳଖ ଜନଜୀବନ ଉପରେ ପଡ଼ୁଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଶନିବାର ରାଜ୍ୟରେ ୧୩ ସହରର ତାପମାତ୍ରା ୪୦ ଉପରେ ରହଥିବା ବେଳେ ୩ଟି ସହରରେ ପାରଦ ୪୫ ଡିଗ୍ରୀ ଡେଇଁଛି।

ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ରେ ସର୍ବାଧିକ ୪୬.୫ ଡିଗ୍ରୀ ତାପମାତ୍ରା ଥିବା ବେଳେ ବଲାଙ୍ଗିରରେ ରହିଛି ୪୬.୩ ଡିଗ୍ରୀ। ସେହିପରି ତାଳଚେରରେ ୪୫.୭ ଡିଗ୍ରୀ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୪୫.୨ ଡିଗ୍ରୀ। ସେହିପରି ସୋନପୁରରେ ତାପମାତ୍ରା ୪୪.୮ ଡିଗ୍ରୀ ଥିବା ବେଳେ ହୀରାକୁଦରେ ୪୪.୫ ଡିଗ୍ରୀ, ଭବାନୀପାଟଣାରେ ୪୪.୩ ଓ ଅନୁଗୋଳରେ ୪୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment