ଓଡ଼ିଶାଲାଇଭ ବ୍ୟୁରୋ

(ନୂଆପଡ଼ାର ନନ୍ଦିଘୋଷ ଖମାରୀ): ନୂଆପଡ଼ା କୋମନା ବ୍ଲକ୍‌ ଅନ୍ତର୍ଗତ କାଞ୍ଜିବାହାଲ ନିକଟରେ ସ୍ଥାନୀୟ ଲୋକ ଗଣଧାରଣାରେ ବସିଛନ୍ତିା ୩୫୩ ଜାତୀୟ ରାଜପଥର ଦୁର୍ଦ୍ଦଶାକୁ ନେଇ ସୋମବାର ବିଭିନ୍ନ ସଙ୍ଗଠନ ଏଠାରେ ଏକାଠି ହୋଇଛନ୍ତିା

ଅଧା କାମ ହୋଇ ପଡ଼ିରହିଥିବା  ଜାତୀୟ ରାଜପଥର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରିବା ସହ ଧାରଣାରେ ବସିଛନ୍ତି ଲୋକେ। ଫଳରେ ମାଲବାହୀ ଗାଡ଼ି ଚଳାଚଳ ଠପ୍ ହୋଇଛିା

ସୂଚନା ମୁତାବକ, ୩୫୩ ଜାତୀୟ ରାଜପଥର ୬୮ କିମି କାମକୁ ୨୦୧୫ ମସିହାରୁ ବିଭିନ୍ନ ଠିକା ସଂସ୍ଥା ପ୍ରଶାସନ ସହିତ ଚୁକ୍ତି କରି କାମ ଆରମ୍ଭ କରିଥିଲା।  ହେଲେ ରାଜପଥ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଆଜିଯାଏ ରାସ୍ତା କାମ ଅଧାରେ ପଡିରହିଛି।

ରାସ୍ତା ଅଧାପନ୍ତରିଆ ହୋଇ ପଡି ରହିବାରୁ ଜନସାଧାରଣ ବିଭିନ୍ନ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ପ୍ରତିଦିନ ଭାରିଯାନ ଚଳାଚଳ  ଯୋଗୁଁ ପ୍ରବଳ ଧୂଳି ହେଉଥିବାରୁ ଲୋକେ ବିଭିନ୍ନ ରୋଗରେ ଆାକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଛି।

କୋମନା, ଉଦ୍ୟାନବନ୍ଦ,ତରବୋଡ, କୁରୁମପୁରୀ ଅଞ୍ଚଳର ହଜାର ହଜାର ଜନତା ରାସ୍ତା ସମାଧାନକୁ ନେଇ ବାଧ୍ୟ ହୋଇ ଆଜି ଗଣଧାରଣାରେ ଓହ୍ଲାଇଥିବା ଜଣା ପଡିଛି ।

Comment