ଓଡ଼ିଶାଲାଇଭ ବ୍ୟୁରୋ

(ନୂଆପଡ଼ାରୁ ନନ୍ଦିଘୋଷ ଖମାରୀ) -ପ୍ରବଳ ତାତିରେ ଜଳୁଛି ସମଗ୍ର ନୂଆପଡ଼ା ଜିଲ୍ଲା । ଗତ କିଛିଦିନ ହେବ ନୂଆପଡାରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ଲୋକଙ୍କ ମତରେ ସହରରେ ଗଛପତ୍ର ସଂଖ୍ୟା କମିଯାଉଥିବାରୁ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ସେପଟେ ପାଣି ଅଭାବରୁ ଯେଉଁଠ ଯେମିତି ଗଛ ଅଛି ତାହା ବି କମିବାକୁ ଲାଗିଲାଣି।

ପ୍ରବଳ ଖରା ଯୋଗୁଁ ଲୋକେ ସକାଳ ୯ ଟା ହେଲେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଦୋକାନ ବଜାର ପ୍ରାୟତଃ ୯ଟା ହେଲେ ବନ୍ଦସହ ରାସ୍ତାଘାଟ ଶୂନସାନ୍ । କେବଳ ମଣିଷ ନୁହନ୍ତି ଖରାଗରମ ଲାଗି ପଶୁପକ୍ଷୀ ବି ଡହଳ ବିକଳ ହେଉଛନ୍ତି।

Comment