ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ରେ ୩୧୧ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସାମ୍ନାରେ ରହିଛି ୩୧୨ ରନ୍‌ର ବିଜୟଲକ୍ଷ।

ପ୍ରଥମ ଇନିଂସ ଆରମ୍ଭରୁ ହିଁ ଇଂଲଣ୍ଡ ଦଳକୁ ବଡ଼ ଝଟକା ଲାଗିଥିଲା। ପ୍ରଥମ ବଲ୍‌ରେ ଜନି ବେୟାରଷ୍ଟୋଙ୍କୁ ଇମ୍‌ରାନ ତାହିରଙ୍କ ଆଉଟ୍‌ କରି ପାଭିଲିୟନ୍‌ ପଠାଇଦେଇଥିଲେ। ଏହା ପରେ ଜସନ୍‌ ରୟ(୫୪) ଏବଂ ଜୋୟ ରୁଟ୍‌(୫୧)ଙ୍କ ପାର୍ଟନରସିପ୍‌ ଭଲ ପ୍ରଦର୍ଶନ କରିଥିଲା। ସେହିପରି ଅଧିନାୟକ ଇଅନ୍‌ ମୋର୍ଗାନଙ୍କ ୫୭ ଏବଂ ବେନ୍‌ ଷ୍ଟୋକ୍‌ସଙ୍କ ସର୍ବାଧିକ ୮୯ ରନ୍‌ ଇଂଲଣ୍ଡ ଟିମ୍‌କୁ ଏତେ ବଡ଼ ସ୍କୋର କରିବାରେ ସମର୍ଥ ହୋଇଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ତାହିର, ଲୁଙ୍ଗି ଏବଂ ରାବଡ଼ାଙ୍କ ବୋଲିଂ ବଳରେ ଇଂଲଣ୍ଡ ଟିମ୍‌ର ବ୍ୟାଟ୍ସମ୍ୟାନ ଧରାସାୟୀ ହୋଇଥିଲେ। ତାହିର, ଲୁଙ୍ଗି ଏବଂ ରାବଡ଼ା ଯଥାକ୍ରମେ ୨, ୩ ଓ ୨ଟି ୱିକେଟ୍‌ ସଂଗ୍ରହ କରିଛନ୍ତି। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଇନିଂସ। ବିଜୟ ଲାଭ ପାଇଁ ଦକ୍ଷିଣ ଅଫ୍ରିକାକୁ ଏହି ଇନିଂସରେ ୩୧୨ ରନ୍‌ର ଟାର୍ଗେଟ ରହିଛି।

 

LEAVE A REPLY

Please enter your comment!
Please enter your name here