ଓଡ଼ିଶାଲାଇଭ ବ୍ୟୁରୋ

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର

ସୋମବାରଠୁ ସମ୍ବଲପୁରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ରୀତିନୀତି ଓ ପରମ୍ପରା ଅନୁାସାରେ ନନ୍ଦପଡ଼ା ବମ୍ ବରାଡ ବାଲୁଙ୍କେଶ୍ଵର ବାବାଙ୍କ ପତରପେଣ୍ଡି ସମ୍ପନ୍ନ ହୋଇଛି।

ମନ୍ଦିରରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ଘଣ୍ଟ, ଶଙ୍ଖ ଧ୍ଵନିରେ ମନ୍ଦିରକୁ ପତରପେଣ୍ଡି ଶୋଭାଯାତ୍ରା ଆସିଥିଲା। ଉଭୟ କନ୍ୟାପକ୍ଷ ଓ ବରପକ୍ଷ ଏଥିରେ ଉପସ୍ଥିତ ଥିଲେ।

ସୁସଜ୍ଜିତ ଆଲୋକମାଳାରେ ଝଟକୁ ଥିଲା ପୂରା ଅଞ୍ଚଳ। ବାଜା ରୋଷଣୀ ସହ କନ୍ୟା ପକ୍ଷ ବନ୍ଦାଣ କରିବା ପରେ ପତରପେଣ୍ଡି ଉତ୍ସବ ଆରମ୍ଭ ହୋଇଥିଲା। ସେହିପରି ମନ୍ତ୍ର ଉଚ୍ଚାରଣ ସହ ବରପକ୍ଷ ସେମାନଙ୍କ ଆଗମନର ଅଭିପ୍ରାୟ କନ୍ୟାପକ୍ଷଙ୍କୁ ଜଣାଇଥିଲେ। ଏହାପରେ ପରମ୍ପରା ମୁତାବକ ସରଗିପତ୍ର ବିଡ଼ା ଦେଇ ନିର୍ବନ୍ଧ ପକ୍କା ହୋଇଥିଲା।

ସପ୍ତଋଷି ଓ ବରପକ୍ଷଙ୍କୁ କନ୍ୟାପକ୍ଷ ପାଛୋଟି ନେଇଥିଲେ, ଏଗି ନିର୍ବନ୍ଧ ପରେ କନ୍ୟାପକ୍ଷ ଖୁସି ଅଛନ୍ତି। ବାଲେଙ୍କଶ୍ଵର ବାବାଙ୍କ ପତରପେଣ୍ଡି ପରେ ଦେବ ନିମନ୍ତ୍ରଣ ହେବ। ଏହି ସମୟରେ ସହରର ଅନ୍ୟ ଦେବାଦେବୀଙ୍କୁ ବିବାହରେ ସାମିଲ ହେବା ଲାଗି ନିମନ୍ତ୍ରଣ ଦିଆଯିବ। ଏହାପରେ ଜୁନ୍ ୭ ରେ ହେବ ଶିବ ବିବାହ।

Comment