ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ରଘାଟିରୁ ମଙ୍ଗଳବାର ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ୪୫୦ କିଲୋମିଟର ଦୂରବର୍ତ୍ତୀ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ସଫଳତାର ସହ ଭେଦ କରିବାର କ୍ଷମତା ରଖିଛି ‘ବ୍ରହ୍ମୋସ’ ।

ମଙ୍ଗଳବାର ସକାଳ ୧୦ଟା ୩୦ ମିନିଟ୍‌ରେ ଚାନ୍ଦିପୁର ଆଇଟିଆର୍‌ର ୩ ନଂ ଲଞ୍ଚପ୍ୟାଡରୁ ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌ ‘ବ୍ରହ୍ମୋସ୍‌’କୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ଭାରତ ଏବଂ ରୂଷିଆର ମିଳିତ ସହଯୋଗରେ ଏହି ମିସାଇଲ୍‌କୁ ନିର୍ମାଣ ହୋଇଥିଲା।

Comment