ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୁନ୍ଦରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜର୍ଜ ତିର୍କୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନିଜ ଦଳ କଂଗ୍ରେସ ଏବଂ ବିଜେପି ବିରୋଧରେ ରାଉରକେଲାରେ ସେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି।

‘‘୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ ଏବଂ ଦଳରେ ଦିଲ୍ଲୀପ ରାୟ ବି ଥିଲେ। ଏଥର ମୋଦି ଆସିଲେନି କି ଦିଲ୍ଲୀପ ରାୟ ବି ନାହାନ୍ତି। ଏଭଳି ସ୍ଥିତିରେ ବିଜେପିର ୫ ଲକ୍ଷ ୫୬ ହଜାର ଭୋଟ କେମିତି ହେଲା?’’, ଏହି ପ୍ରଶ୍ନ କରିଛନ୍ତି ଜର୍ଜ ତିର୍କୀ।

ବିଜେପି ଇଭିଏମ୍ ହ୍ୟାକ କରି ନିର୍ବାଚନ ଜିତିଥିବା ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ‘‘ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ କଂଗ୍ରେସ ହାରିବାର ନଥିଲା। ମତେ ହରାଇବାକୁ ଦଳ ଭିତରେ ସାଂଘାତିକ ଆତ୍ମଘାତୀ ଷଡ଼ଯନ୍ତ୍ର ହୋଇଥିଲା। ପିସିସିଠାରୁ ଆରମ୍ଭ କରି ଡିସିସି ପର୍ଯ୍ୟନ୍ତ ନେତା ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ। ଷଡ଼ଯନ୍ତ୍ରକାରୀଙ୍କୁ ଦଳରୁ ବିଦା କରାଯିବା ଉଚିତ।’’

Comment