ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାର ପାନ ଓ ଆଧାରକାର୍ଡ ସଂଯୋଗ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ ଯାଏଁ ଥିଲା କିନ୍ତୁ ସରକାର ଏହାର ସମୟସୀମା ସେପ୍ଟେମ୍ବର ୩୦, ୨୦୧୯କୁ ବୃଦ୍ଧି କରିଛନ୍ତି।

ନିୟମ ଅନୁସାରେ ଆୟକର ଦାଖଲ କରିବା ସମୟରେ ପାନ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆୟକର ଦାଖଲ କରିବା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯଦି ଆଧାରକାର୍ଡକୁ ପାନ୍‌ କାର୍ଡ ସହ ଲିଙ୍କ୍‌ କରି ନାହାନ୍ତି। ତେବେ ଜାଣନ୍ତୁ କେମିତି କରିବେ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍?

ଅନ୍‌ଲାଇନ୍‌ରେ କେମିତି କରିବେ ଆଧାର ନମ୍ବର ସହ ପାନ୍‌ର ସଂଯୋଗ?

ଅନ୍‌ଲାଇନ୍‌ ଜରିଆରେ ପାନ୍‌ କାର୍ଡ ସହ ଆଧାର ନମ୍ବର ସଂଯୋଗ କରିବାକୁ ହେଲେ ଇନ୍‌କମ୍‌ ଟ୍ୟାକ୍ସ୍‌-ଇ-ଫାଇଲିଙ୍ଗ୍‌ ପୋର୍ଟାଲ ଯାଇ ଲଗ୍‌ ଇନ୍‌ କରିବାକୁ ହେବ। ଏହି ଇନ୍‌କମ୍‌ ଟ୍ୟାକ୍ସ ପୋର୍ଟାଲରେ ଦୁଇ ପ୍ରକାରରେ ଆପଣ ଆଧାର ନମ୍ବର ସହ ପାନ୍‌ର ସଂଯୋଗ କରିପାରିବେ।

  •  ଇନ୍‌କମ୍‌ ଟ୍ୟାକ୍ସ ଇ- ଫାଇଲିଙ୍ଗ୍‌ ଡିପାର୍ଟମେଣ୍ଟ ସାଇଟ୍‌ରେ ଯଦି ଆପଣଙ୍କ ଆକାଉଣ୍ଟ ଅଛି, ତେବେ ଲଗ୍‌ଇନ୍‌ କରି ସଂଯୋଗ କରିପାରିବେ।
  • ଇନ୍‌କମ୍‌ ଟ୍ୟାକ୍ସ ଇ- ଫାଇଲିଙ୍ଗ୍‌ ଡିପାର୍ଟମେଣ୍ଟ ସାଇଟ୍‌ରେ ଯଦି ଆପଣଙ୍କ ଆକାଉଣ୍ଟ ନାହିଁ, ତେବେ ବିନା ଲଗଇନ୍‌ କରି ସଂଯୋଗ କରିପାରିବେ।

ବିନା ଲଗ୍‌ଇନ୍‌ କରି କେମିତି କରିବେ?

  • www.incometaxindiaefiling.gov.in– ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ। ଏହି ସାଇଟ୍‌କୁ ଯିବା ପରେ ବାମ ପଟେ ଥିବା ଲିଙ୍କ୍‌ ଆଧାରରେ କ୍ଲିକ୍‌ କରନ୍ତୁ।
  • ଏହାପରେ ନିଜର ପ୍ୟାନ୍‌ ନମ୍ବର ଏଣ୍ଟର କରନ୍ତୁ।
  • ଏହାପରେ ଆଧାର ନିଜର ଆଧାର ନମ୍ବର ଏଣ୍ଟର କରନ୍ତୁ।
  • ଏହାପରେ ନିଜ ନାମ ଏଣ୍ଟର କରନ୍ତୁ। ଏହି ନାମ ଆଧାରକାର୍ଡରେ ଥିବା ନାମ ସହ ସମାନ ହେବା ଆବଶ୍ୟକ।
  • ଏହାପରେ ଏକ ଇମେଜ୍‌ ପ୍ରତିଫଳିତ ହେବ। ଏହାକୁ ଏଣ୍ଟର କରନ୍ତୁ।
  • ଏହାପରେ ଲିଙ୍କ୍‌ ଆଧାର ଲିଙ୍କ୍‌ ବକ୍ସରେ କ୍ଲିକ୍‌ କରନ୍ତୁ।
  • ଯଦି ନାମରେ କୌଣସି ଅମେଳ ହୁଏ, ତେବେ ଆଧାର ଓଟିପି ଉପରେ କ୍ଲିକ୍‌ କରିବେ। ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଏବଂ ଜେଣ୍ଡର ଯେମିତି ପାନ୍‌ କାର୍ଡରେ ଥିବା ଜନ୍ମ ତାରିଖ ଏବଂ ଜେଣ୍ଡର ସହିତ ସମାନ ଥିବ।

ଲଗ୍‌ଇନ୍‌ କରି କେମିତି କରିବେ?

  • www.incometaxindiaefiling.gov.in ପୋର୍ଟାଲକୁ କ୍ଲିକ୍‌ କରନ୍ତୁ। ଯଦି ଇ- ଫାଇଲିଙ୍ଗ୍‌ ପୋର୍ଟାଲରେ ନିଜ ନାମ ରେଜିଷ୍ଟର କରି ନାହାନ୍ତି, ତେବେ ଏହି ପୋର୍ଟାଲର ଡାହାଣ ପଟେ ଦେଖିବେ ରେଜିଷ୍ଟର ୟୋରସେଲ୍ପରେ ଯାଇ ରେଜିଷ୍ଟର କରିବେ।
  • ଯଦି ପୂର୍ବରୁ ରେଜିଷ୍ଟର କରିଥିବେ, ତେବେ ଲଗ୍‌ଇନ୍‌ କରିବେ ଏବଂ ଏହାପରେ ନିଜ ଲଗ୍‌ଇନ୍‌ ଆଇଡି, ପାସ୍‌ୱାର୍ଡ ଦେବେ। ଏହାପରେ ଏକ captcha ଇମେଜ୍‌ ଆସିବ। ଏହାକୁ ଏଣ୍ଟର କରି ଲଗ୍‌ଇନ୍‌ କରିବେ।

 

  • ଏହାପରେ ଏକ ବକ୍ସ ଖୋଲିବ। ଯେଉଁଥିରେ ଲିଙ୍କ୍ ଆଧାର ଲାଗି ଅପ୍‌ସନ୍‌ ଆସିବ।
  • ଯଦି ଲଗ୍‌ଇନ୍‌ ପରେ କୌଣସି ବକ୍ସ ନ ଆସେ। ତେବେ ଉପରେ ଥିବା ନୀଳ ଟ୍ୟାବ୍‌ରେ ଏକ ପ୍ରୋଫାଇଲ୍‌ ସେଟିଙ୍ଗ୍‌ ଅପସନ୍‌ କ୍ଲିକ୍‌ କରନ୍ତୁ। ଏହାପରେ ଲିଙ୍କ୍‌ ଆଧାର ଅପସନ୍‌ କ୍ଲିକ୍‌ କରନ୍ତୁ।
  • ଏହାପରେ ପାନ୍‌ କାର୍ଡରେ ଥିବା ନାମ, ଜନ୍ମ ତାରିଖ, ଜେଣ୍ଡର ଏଣ୍ଟର କରିବେ। ଏକ ଇମେଜ୍‌ ପ୍ରତିଫଳିତ ହେବ। ସେହି ଇମେଜ୍‌କୁ ଏଣ୍ଟର କରନ୍ତୁ। ଏହାପରେ ଲିଙ୍କ୍‌ ଆଧାର କ୍ଲିକ୍‌ କରନ୍ତୁ।
  • ଏହାପରେ ଏକ ମେସେଜ୍‌ ସ୍କ୍ରିନ୍‌ରେ ଆସିବ।

ଏସ୍‌ଏମ୍‌ଏସ୍‌ ଜରିଆରେ କେମିତି କରିବେ ଆଧାର ନମ୍ବରକୁ ପାନ୍‌ କାର୍ଡ ସହ ଲିଙ୍କ୍‌?

  • ଏବେ ଏସ୍‌ଏମ୍‌ଏସ୍‌ ଜରିଆରେ ପାନ୍‌ କାର୍ଡକୁ ଆଧାର ନମ୍ବର ସହ ବି କରିପାରିବେ ସଂଯୋଗ। ଆପଣ ନିଜ ରେଜିଷ୍ଟର ଫୋନ୍‌ ନମ୍ବରରୁ ଏହି ୫୬୭୬୭୮ ବା ୫୬୧୬୧ରେ ଏସ୍‌ଏମ୍‌ଏସ୍‌ କରିପାରିବେ।
  • ନିଜ ରେଜିଷ୍ଟର ଫୋନ୍‌ ନମ୍ବରରୁ ନିମ୍ନଲିଖିତ ଫର୍ମାଟ୍‌ରେ ମେସେଜ୍‌ କରିପାରିବେ।
  • UIDPAN<SPACE><12 digit Aadhaar><Space><10 digit PAN>
  • ଉଦାହାରଣ: UIDPAN 123456789123 AKPLM2124M

ଆଧାର ନମ୍ବର ସହ ପାନ୍‌ କାର୍ଡ ଲିଙ୍କ୍‌ ହୋଇଛି କି ନାହିଁ କେମିତି ଜାଣିବେ?

  • www.incometaxindiaefiling.gov.in ସାଇଟ୍‌ରେ କ୍ଲିକ୍‌ କରନ୍ତୁ। ଏହାପରେ ସାଇଟ୍‌ର ବାମ ପଟେ ଥିବା ଲିଙ୍କ୍‌ ଆଧାର କ୍ଲିକ୍‌ କରନ୍ତୁ। ଏହାପରେ ଠିକ୍‌ ଉପରେ ଦେଖିବେ ନାଲି ରଙ୍ଗରେ ଏକ କ୍ଲିକ୍‌ ହିଅର୍‌ ଅପସନ୍‌ ପ୍ରତିଫଳିତ ହେଉଥିବା। ତାକୁ କ୍ଲିକ୍‌ କରନ୍ତୁ।
  • ଏହାପରେ ପାନ୍‌ ନମ୍ବର ଏଣ୍ଟର କରିବେ।
  • ଏହାପରେ ଆଧାର ନମ୍ବର ଦେବେ।
  • ଏହାପରେ ଆଧାର ଷ୍ଟାଟସ୍‌ ଉପରେ କ୍ଲିକ୍‌ କରିବେ।
  • ଏହାପରେ ଏକ ମେସେଜ୍‌ ପ୍ରତିଫଳିତ ହେବ।
  • ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କ ଆଧାର ଲିଙ୍କ୍‌ ହୋଇଛି କି ନାହିଁ।

Comment