ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅନ୍‌ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛିା ଏମବିଏ, ଏମସିଏ, ଏମଟେକ, ଏମ ଆର୍କ, ଏମ ପ୍ଲାନ, ଏମ୍ ଫାର୍ମା, ଲାଟେରାଲ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ ପକ୍ଷରୁ ଶନିବାର ଓ ରବିବାର ଦୁଇ ଦିନ ଧରି କମ୍ପ୍ୟୁଟର ବେସଡ ପ୍ରବେଶିକା ପରୀକ୍ଷା ହେଉଛି।

ଏଥିପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଛାତ୍ରଛାତ୍ରୀମାନେ ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ନୂଆ ଆଡମିଟ୍ କାର୍ଡ ନେଇ ପ୍ରବେଶ କରିବେ।

ପ୍ରଥମ ଦିନରେ ଅର୍ଥାତ ଆଜି ତିନୋଟି ସିଟିଂରେ ପରୀକ୍ଷା ହେବ। ଆଜି ଏମ୍‌ସିଏ, ଏମ୍.ଟେକ୍, ଏମ୍.ଫାର୍ମ, ଏମ୍.ଆର୍କ ଓ ଏମ୍. ପ୍ଲାନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇଛି। ଏହା ଦିନ ୧୧ ଟାରେ ସରିବା।

ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୧ଟାରୁ ୩ଟା ଓ ତୃତୀୟ ସିଟିଂ ଅପରାହ୍ନ ସାଢେ ୪ଟା ରୁ ସାଢେ ୬ଟା ଯାଏ ଚାଲିବ । ପ୍ରଥମ ଦିନରେ ୮ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।

ସେହିପରି ଜୁନ ଅର୍ଥାତ ଆସନ୍ତା କାଲି ହେବାକୁ ଥିବା ଏଣ୍ଟ୍ରାନ୍ସରେ କେବଳ ଏମ୍‌ବିଏ ପାଠ୍ୟକ୍ରମ ଲାଗି ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୧୦ ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ୫ଟା ଯାଏ ହେବ। ଦ୍ୱିତୀୟ ଦିନରେ ୯ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Comment