ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି ଶିବ ପାର୍ବତୀଙ୍କ ବିବାହ ଉତ୍ସବ। ଶୁକ୍ରବାର ବିଳମ୍ବିତ ରାତିରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ରୀତିନୀତିରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଭୋଳାଶଙ୍କରଙ୍କ ବିବାହ ହୋଇଛି। ଆଜି ରାତିରେ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ହେବ।

ସାଧାରଣ ବାହାଘର ପରି ପାରମ୍ପାରିକ ରୀତିରେ ଭୋଳାଶଙ୍କର ବରଯାତ୍ରୀ ନେଇ ପାର୍ବତୀଙ୍କ ଘରେ ପହଞ୍ଚିଥିଲେ। ପାର୍ବତୀଙ୍କ ବାପଘରେ ପହଞ୍ଚି ସମ୍ପୂର୍ଣ୍ଣ ଲୋକାଚାର ନୀତିରେ ବିବାହ ହୋଇଥିଲା। ଦେବଦମ୍ପତ୍ତି ସର୍ବସାଧାରଣଙ୍କୁ ଦର୍ଶନ ଦେବା ପାଇଁ ସୁସଜ୍ଜିତ ପରଭାରେ ବସି, ଯୁଗଳମୂର୍ତ୍ତୀ ନଗର ପରିକ୍ରମା କରିଥାନ୍ତି। ଏହା ମଧ୍ୟରାତ୍ରରେ ଆରମ୍ଭ ହୋଇ ତା’ ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥାଏ। ଏହି ଯୁଗଳମୂର୍ତ୍ତୀ ଦର୍ଶ ଲାଗି ଲୋକଙ୍କ ଭିଡ଼ ସମ୍ବଲପୁର ସହରରେ ଦେଖିବାକୁ ମିଳିଥାଏ।

କୁହାଯାଏ ଯେ, ଦେବଦମ୍ପତ୍ତିଙ୍କ ଯୁଗଳମୂର୍ତ୍ତୀ ସମ୍ମୁଖରେ ନୃତ୍ୟ ପରିବେଷଣ କଲେ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ। ତେଣୁ ଏହି ଦେବ ବିବାହର ଢେର୍‌ ସମୟ ପୁର୍ବରୁ କିନ୍ନରମାନେ ସମ୍ବଲପୁର ସହରକୁ ଆସିଥାନ୍ତି। ଏମାନଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଶହଶହ ସଂଖ୍ୟାରେ କିନ୍ନର ରାଜ୍ୟ ତଥା ରାଜ୍ୟ ବାହାରୁ କେବଳ ଏହି ଦେବ ବିବାହରେ ଯୋଗଦେବାକୁ ଆସିଥାନ୍ତି।

ମୁଖ୍ୟତଃ ଲୋକନାଥ ମନ୍ଦିର, ସମ୍ବଲପୁର ସହରର ଶିବ ମନ୍ଦିର ଓ ଲିଙ୍ଗରାଜରେ ଏହା ବହୁ ଜାକଜମକରେ ପାଳନ କରାଯାଏ। ଆଜି ମଧ୍ୟ ଏନେଇ ସମ୍ବଲପୁର ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛିା

Comment