ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ମହାସମରରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବାକୁ ଯାଉଛି ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌। ଭାରତ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୁର୍ଣ୍ଣ ଅଟେ। କାହିଁକି ନା ବିଶ୍ୱକପ୍‌ ଇତିହାସରେ ଲଣ୍ଡନ ମାଟିରେ ଭାରତ ଦୀର୍ଘ ୨୦ ବର୍ଷ ପରେ କଙ୍ଗାରୁ ଟିମ୍‌ ସହିତ ମୁହାଁମୁହିଁ ହେଉଛି।

ଲଣ୍ଡନର ଓଭାଲ ଷ୍ଟାଡିୟମ୍‌ରେ ସୁପର ସଣ୍ଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଭାରତ-ଅଷ୍ଟ୍ରେଲିଆ ଦୀର୍ଘ ୨୦ ବର୍ଷ ପରେ ଇଂଲଣ୍ଡ ମାଟିରେ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଉଭୟେ ୧୯୯୯ ବିଶ୍ୱକପରେ ସାମ୍ନାସାମ୍ନି ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା।

୨୦ ବର୍ଷ ତଳର ହାର୍‌କୁ ଆଖି ଆଗରେ ରଖି ଟିମ୍‌ ଇଣ୍ଡିଆ ଆଜି ମଇଦାନକୁ ଓହ୍ଲାଇବ। ଦିନ ୩ଟାରେ ଲଣ୍ଡନର ଓଭାଲରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତେବେ ଆଜି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ କିଭଳି ଭାବେ କଙ୍ଗାରୁ ଶୀକାର କରୁଛି ତାହା ଉପରେ ସାରା ଦେଶର ନଜର ରହିଛି।

LEAVE A REPLY

Please enter your comment!
Please enter your name here