ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଇବା ପରେ ଅନେକ ଲୋକଙ୍କର ପାନମଧୁରୀ ଖାଇବାର ଅଭ୍ୟାସ ରହିଛି। ଏହା ପାଚନ ଶକ୍ତିକୁ ବୃଦ୍ଧି କରିବା ସହିତ ମୁଖଦୁର୍ଗନ୍ଧକୁ କମ୍ କରିଥାଏ। ଆୟୂର୍ବେଦ ଅନୁସାରେ ପାନମଧୁରୀ ଖାଇବାର ଅନେକ ଉପକାରିତା ରହିଛି। ଏହା ଶରୀରର ଓଜନ କମ୍ କରିବାରେ ବି ସହାୟକ ହୁଏ।

-ପାନମଧୁରୀରେ ଭିଟାମିନ୍ ସି, ପୋଟାସିୟମ, ଲୌହ, ମାଙ୍ଗାନିଜ୍, ଫୋଲେଟ୍ ରହିଥାଏ। ଆଖି ସମସ୍ୟା ଥିଲେ ପାନମଧୁରୀ ସହ ମିଶ୍ରି ମିଶାଇ ଖାଇଲେ ଉପକାର ମିଳେ।

-ଏହାର ଜୀବାଣୁନିରୋଧୀ ଗୁଣ ଦାନ୍ତ ବିନ୍ଧୁଥିଲେ ଉପଶମ ପାଇଁ ସହାୟକ ହୁଏ। ଏଥିସହିତ ମୁଖଦୁର୍ଗନ୍ଧ ଦୂର ହୋଇଥାଏ।

-ପାନମଧୁରୀ ଦାନା ଅରୁଚି କମ୍ କରିବା, ବଦହଜମି ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ଏହାକୁ ନିୟମିତ ଭାବେ ବ୍ୟବହାର କରିଲେ ପେଟ ଦରଜ ଏବଂ ପେଟବିନ୍ଧା କମେ।

-ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଯେପରିକି ପେଟ ଗରମ ହୋଇ ବାରମ୍ବାର ପରିସ୍ରା ହେଉଥିଲେ ପାନମଧୁରୀ ଖାଇଲେ ଉପଶମ ମିଳେ।

-ପାନମଧୁରୀ ଦାନା ପ୍ରାକୃତିକ ଭାବେ ଚର୍ବି ହ୍ରାସ କରିଥାଏ। ତେଣୁ ଏହାକୁ ଲଗାତର ସେବନ କଲେ ଓଜନ କମେ।

-ଥଣ୍ଡା, କାଶ ଲାଗି ରହିଥିଲେ ନିୟମିତ ଭାବେ ପାନମଧୁରୀ ଖାଇବାକୁ ଭୁଲନ୍ତୁ ନାହିଁ।

-ଏହା ପୋଟାସିୟମର ଏକ ଭଲ ଉତ୍ସ। ତେଣୁ ଏହାକୁ ଖାଇଲେ ରକ୍ତଚାପ କମିଥାଏ।

Comment