ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକମାନେ ପାଚିଲା କଦଳୀକୁ ଖାଇବାକୁ ପସନ୍ଦ କରିଥାନ୍ତି। ଯାହାକି ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କଞ୍ଚା କଦଳୀ ପାଚିଲା କଦଳୀଠାରୁ ଅଧିକ ଲାଭଦାୟକ?

କଞ୍ଚା କଦଳୀରେ ଥିବା ଭିଟାମିନ ବି-୬ ଏବଂ ଭିଟାମିନ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇଲେ ଶରୀରକୁ ଲାଭ ମିଳିଥାଏ ।

ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ

ଏଥିରେ ପୋଟାସିୟମର ପରିମାଣ ଭରପୂର ଥିବାରୁ ଏହା ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇଥାଏ। ଏହା ସହ ଦିନତମାମ ଶରୀରକୁ ଫୁର୍ତ୍ତି ରଖିଥାଏ।

କୋଷ୍ଠକାଠିନ୍ୟ ସମସ୍ୟା

କୋଷ୍ଠକାଠିନ୍ୟର ସମସ୍ୟା ଦୂର କରିବାକୁ ଚାହୁଁଥିଲେ କଞ୍ଚା କଦଳୀ ଖାଇବା ଆରମ୍ଭ କରି ଦିଅନ୍ତୁ। ଏଥିରେ ଥିବା ଷ୍ଟାର୍ଚ ଏବଂ ଫାଇବର ପେଟକୁ ସଫା କରିଥାଏ।

ହାଡ଼ ଶକ୍ତ କରେ

ଏଥିରେ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଏହା ହାଡ଼କୁ ଶକ୍ତ ରଖିବା ସହ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

ହଜମ କରାଏ

କଞ୍ଚା କଦଳୀ ହଜମକ୍ରିୟାକୁ ଭଲ ରଖେ। ପ୍ରତିଦିନ କଞ୍ଚା କଦଳୀ ଖାଇଲେ ପାଚନ କ୍ରିୟାରେ ସୁଧାର ଆସେ।

ସୁଗାରର ସ୍ତର ନିୟନ୍ତ୍ରଣ କରେ

ଯଦି ଆପଣ ଡାଏବେଟିସ୍‌ ବା ମଧୁମେହ ରୋଗର ପ୍ରାଥମିକ ସ୍ତରରେ ଅଛନ୍ତି, ତା’ହେଲେ କଞ୍ଚା କଦଳୀ ଖାଆନ୍ତୁ। ଏହା ରକ୍ତରେ ସୁଗାରର ମାତ୍ରା କମ୍ କରିଥାଏ।

ଭୋକ ନିୟନ୍ତ୍ରଣ କରେ

କଞ୍ଚା କଦଳୀ ଶରୀରର ମେଦ ହ୍ରାସ କରବା ସହ ଭୋକ ମଧ୍ୟ କମାଇଥାଏ। ଏଥିରେ ଥିବା ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ଭୋକକୁ ନିୟନ୍ତ୍ରଣ କରିଥାଏ।

ଓଜନ ହ୍ରାସ କରେ

ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରତି ଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଏଥିରେ ଭରପୂର ପରିମାଣରେ ଫାଇବର ଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍ ସେଲଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ।

Comment