ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲିର ଜୀବନଶୈଳୀ ଓ ଅନିୟମିତ ଖାଦ୍ୟାଭ୍ୟାସ, ଅଧିକ ସମୟ ଗୋଟିଏ ଜାଗାରେ ବସି କାମ କରିବା, ଶାରିରୀକ ପରିଶ୍ରମର ଅଭାବ ଆଦି କାରଣ ଯୋଗୁଁ ମେଦବୃଦ୍ଧି ହୋଇଥାଏ। ମେଦ ଘଟାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଔଷଧ ଓ ଅସ୍ତ୍ରୋପଚାର ଉପାୟ ଅବଲମ୍ବନ କରୁଛନ୍ତି। ଏହାର ଅନେକ ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ରହିଛି।

ପରିବର୍ତ୍ତିତ ଖାଦ୍ୟଭ୍ୟାସ ଓ ବ୍ୟାୟାମ ଭଳି ପ୍ରାକୃତିକ ଉପାୟ ଅବଲମ୍ବନ କରି ଅତ୍ୟଧିକ ମେଦବୃଦ୍ଧି ସମସ୍ୟାକୁ କମ୍ କରାଯାଇପାରିବ।

ଅତ୍ୟଧିକ ମେଦକୁ ଘଟାଇବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ। ନିଜ ଓଜନ ଅନୁଯାୟୀ ଖାଦ୍ୟଚାର୍ଟ ପ୍ରସ୍ତୁତ କରନ୍ତୁ। ଖାଦ୍ୟଚାର୍ଟ ଅନୁଯାୟୀ ଖାଦ୍ୟ ସେବନ କରନ୍ତୁ। ଅତ୍ୟଧିକ ତେଲ, ମସଲାଯୁକ୍ତ ଖାଦ୍ୟ, ବଟର, ଘିଅ, ଅଣ୍ଡା କେଶର, ଅତ୍ୟଧିକ କ୍ୟାଲୋରୀ ଥିବା ଖାଦ୍ୟ ଖାଆନ୍ତୁ ନାହିଁ।

ଯଥାସମ୍ଭବ ସବୁଜ ପନିପରିବା, ଶାଗ, କାକୁଡ଼ି, ଗାଜର ସାଲାଡ ଖାଆନ୍ତୁ।

ପ୍ରତିଦିନ ସାଇକେଲ ଚଳାଇବା, ଦୌଡ଼ିବା, ଚାଲିବା ସହିତ ଅନ୍ୟାନ୍ୟ ବ୍ୟାୟାମ କରନ୍ତୁ। ଚାହିଁଲେ ଯୋଗାସନ ବି କରିପାରିବେ।

ମାନସିକ ଭାବେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ମୋଟାପଣ ଘଟାଇବା ପାଇଁ ଶାରୀରିକ ବ୍ୟାୟାମ ସହିତ ମାନସିକ ବ୍ୟାୟାମ ବା ମେଡିଟେସନ୍‌ କରିବା ଆବଶ୍ୟକ।

Comment