ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଃ କି ଖରା! ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ। ଅସମ୍ଭାଳ ଖରା ପାଇଁ ଦିନ ବେଳା ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଝାଞ୍ଜି ଖରା ତା’ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ରାଜ୍ୟବସୀ ଛଟପଟ ହେଉଛନ୍ତି। ମଙ୍ଗଳବାର ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଉତ୍ତପ୍ତ ସହର ଭାବେ ସମ୍ବଲପୁରରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ତାପମାତ୍ରାରେ ସମ୍ବଲପୁର ପଛକୁ ରହିଛି ହୀରାକୁଦ। ହୀରାକୁଦରେ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୪.୨, ସୋନପୁରରେ ୪୪, ଟିଟିଲାଗଡ଼ରେ ୪୩.୪, ତାଳଚେରରେ ୪୨.୫, ବଲାଙ୍ଗିରରେ ୪୧.୮, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୦.୬, ମାଲକାନଗିରିରେ ୪୦.୨ ଏବଂ ଚାନ୍ଦବାଲିର ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଆଜି ପାରଦ ୪୦ ଟପିଛି। ବାତ୍ୟା ଫନି ପରେ ରାଜଧାନୀ ଏବେ ଗଛ ଶୁନ୍ୟ। ଏହି ପରିସ୍ଥିତିରେ ରଶଜଧାନୀରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଆଜି ଭୁବନେଶ୍ୱରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଜୁନ୍‌ ମାସ ଅଧା ହେବାକୁ ବସିଲାଣି ମୌସୁମୀର ଦେଖା ନାହିଁ। ହେଲେ ତାତିରୁ ତ୍ରାହି ମିଳୁନି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ଏହି ତାତିରୁ ରାଜ୍ୟବାସୀ ନିସ୍ତାର ପାଇବେ। ଜୁନ୍‌ ୧୬ ସୁଦ୍ଧା ଓଡ଼ିଶାରେ ମୌସୁମୀ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Comment