ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ବାୟୁ’  ଜୁନ ୧୩ ଅର୍ଥାତ ଆସନ୍ତା କାଲି ଗୁଜୁରାଟ ଉପକୂଳ ଛୁଇଁବ। ଆରବ ସାଗରରେ ସୃଷ୍ଟି ଏହି ସାମୁଦ୍ରିକ ଝଡ଼ ମହାରାଷ୍ଟ୍ରରୁ ଉତ୍ତର ଦିଗରେ ଗୁଜୁରାଟ ଆଡ଼କୁ ଯିବ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ବୁଲେଟିନ ଅନୁସାରେ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁପାରେ। ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଅଧିକ ଉଗ୍ର ରୂପ ନେବାର ଆଶଙ୍କା କରାଯାଉଛି। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାକୁ ୧୪୦ରୁ ୧୬୫ କିଲୋମିଟର ହେବ। ଏବେ ଏହା ଗୁଜୁରାଟଠାରୁ ୪୩୦ କିମି ଦୂରରେ ରହିଛି।

ବାୟୁ ପ୍ରଭାବରେ ଘଣ୍ଟା ପ୍ରତି ୧୧୦ ରୁ ୧୩୦ କିଲୋମିଟର ବେଗରେ ପବନ ବହିବ। ଉତ୍ତର ମହରାଷ୍ଟ୍ର ଉପକୂଳରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବ। କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷ ହେବ।

ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସମଗ୍ର ରାଜ୍ୟରେ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ୧୩ ତାରିଖରେ ସ୍କୁଲ-କଲେଜ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ଜୁନ ୧୩ ଓ ୧୪ରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି। ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଏନଡିଆରଏଫ ଯବାନଙ୍କୁ ମୁତୟନ କରିଛନ୍ତି।

Comment