ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଚଣ୍ଡ ଖରାରେ ଛଟପଟ ରାଜ୍ୟବାସୀ। ଅସମ୍ଭାଳ ଖରା ପାଇଁ ଦିନ ବେଳା ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଝାଞ୍ଜି ଖରା ତା’ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଜନତା। ତେବେ ରାଜ୍ୟରେ ଆହୁରି ୩ଦିନ ଯାଏଁ ଏହି ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ୧୭ଟି ଜିଲ୍ଲାକୁ ହିଟ୍‌ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଭଦ୍ରକ ଜିଲ୍ଲାକୁ ହିଟ୍‌ୱେଭ୍ ଜାରି ହୋଇଛି।

ଆଗାମୀ ୩ ଦିନ ଯାଏଁ ସାରା ରାଜ୍ୟରେ ଗ୍ରାଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ଗରମର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ। ବୁଧବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

Comment