ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସହ୍ୟ ତାତିରେ ଝଟପଟ ରାଜ୍ୟବାସୀ। ରାଜ୍ୟରେ ଗରମରୁ ନିସ୍ତାର ମିଳୁନଥିବା ବେଳେ ଏଣେ ଝଡ଼ତୋଫାନ ଆଶଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବୁଧବାର ସନ୍ଧ୍ୟାରେ ରାଜ୍ୟର କେତେକ ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।

ସତର୍କ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଗଜପତି, ଗଞ୍ଜାମ, କନ୍ଧମାଳ, କେଉଁଝର ଏବଂ ମୟୂରଭଞ୍ଜ। ପାଣିପାଗ କେନ୍ଦ୍ରର ଲାଟେଷ୍ଟ ପାଣପାଗ ବୁଲେଟିନ୍‌ ଅନୁଯାୟୀ, ଏହି ସବୁ ସ୍ଥାନରେ ସନ୍ଧ୍ୟା ୫.୩୦ରୁ ୬.୩୦ ମଧ୍ୟରେ ଝଡ଼ତୋଫାନ, ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି।

Comment