ଓଡ଼ିଶାଲାଇଭ ବ୍ୟୁରୋ

ଭାରତକୁ ପ୍ରଥମ ବିଶ୍ଵକପ୍ ଦେଇଥିବା ଅଧିନାୟକ କପିଲ ଦେବଙ୍କ କହିବା କଥା ସେ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ତାଙ୍କ ୧୧ ୱାନଡେ ଟିମରେ ସ୍ଥାନ ଦେବେ ଓ ତାଙ୍କୁ ପଡ଼ିଆରେ ହିଁ ଅବସର ଜଣାଇବେ।

ଯୁବରାଜ ସୋମବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହାପରେ ସାରା ଦୁନିଆରୁ ତାଙ୍କୁ ଶୁଭକାମନା ମିଳୁଛି। କପିଲ ଦେବ ତାଙ୍କର ‘୧୧ ଫାଣ୍ଟାସି ଲିଗ୍’ର ଲଞ୍ଚିଂ ଅବସରରେ କହିଥିଲେ କି,“ମୁଁ କହିବାକୁ ଚାହୁଁଛି ଯୁବରାଜ ଜଣେ ବହୁତ ଭଲ ଖେଳାଳୀ। ଯଦି ମୁଁ ଭାରତରେ ନିଜର ଅଲଟାଇମ୍ ୧୧ ୱାନଡେ ଟିମ୍ କରିବି ତେବେ ଯୁବରାଜଙ୍କୁ ନିଶ୍ଚିତ ସେଥିରେ ସାମିଲ କରିବି କାରଣ ସେ ଜଣେ ବହୁତ ଭଲ ଖେଳାଳୀ।”

ଏହାସହିତ ସେ ଆହୁରି ବି କହିଛନ୍ତି କି,“ଯୁବରାଜଙ୍କ ପରି ଖେଳାଳୀଙ୍କୁ ମୈଦାନରେ ବିଦାୟ ମିଳିବା ଦରକାର। ମୁଁ ଏହା ଦେଖିବାକୁ ଚାହିଁବି କାରଣ ସେ ଜଣେ ବହୁତ ଭଲ ଖେଳାଳୀ। ଆମକୁ ଦେଶରେ ଯୁବରାଜଙ୍କ ପରି ଲିଡର ଦରକାର କାରଣ ଆସିବାକୁଥିବା ଆଗାମି ପିଢି ତାଙ୍କୁ ନିଜର ଆଦର୍ଶ ଭାବେ ମାନୁଛନ୍ତି। ଏହାସହିତ ସେ ତାଙ୍କ ଲାଇଫରେ ଯେତିକି ସଫଳତା ପାଇଛନ୍ତି ସେଥିଲାଗି ମୁଁ ତାଙ୍କୁ ଅନେକ ଶୁଭକାମନା ଦେବାକୁ ଚାହୁଁଛି।”

Comment