ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ବସିଛି ତୃତୀୟ ସମନ୍ୱୟ ବୈଠକ। ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ।
ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯାଉଛି। ରାସ୍ତା, ସ୍ଵାସ୍ଥ୍ୟ, ପରିମଳ ଓ ବିଦ୍ୟୁତ୍ ଉପରେ ପ୍ରାଥମିକତା ରହିଛି। ଏହାସହ ଘୋଷଯାତ୍ରା କିପରି ସୂଚାରୁରୂପେ ଭାବେ ସମ୍ପନ୍ନ ହେବ, ସେ ନେଇ ସମୀକ୍ଷା କରାଯାଉଛି।
ତୃତୀୟ ସମନ୍ୱୟ ବୈଠକରେ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ଜିଲ୍ଲାପାଳ ଓ ଏସପି ଏବଂ ଶ୍ରୀମନ୍ଦିର ସେବାୟତ ଏହି ସମନ୍ୱୟ ବୈଠକରେ ଉପସ୍ଥିତ ଅଛନ୍ତି।