ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ରଜ। ଏନେଇ ସଜେଇ ହେଉଛି ପୁରପଲ୍ଲୀ। ବରଷକେ ଥରେ ଆସିଛି ଏହି ଗଣପର୍ବ ରଜ। ଏଥିପାଇଁ ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ ପାଳନ କରିଥାନ୍ତି।

୧୪ରେ ପହଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ସ୍ନାନ (ବସୁମାତା ସ୍ନାନ)। ଗୁରୁବାର ସଜବାଜ। ଖଣ୍ତେ ରଜ ପିଠା ରଜପାନ ନ ଖାଇଲେ ରଜରେ ମଜା ଆସି ନଥାଏ।

ପହିଲି ରଜର ପୂର୍ବଦିନ ସଜବାଜ କାମ ରହିଥାଏ। ରଜ ପାଇଁ ପ୍ରସ୍ତୁତି, ରଜ ସଜବାଜ, ପିଠଉ ବଟା, ମସଲା ଗୁଣ୍ଡ କରିବା, ଚୁନା କୁଟିବା, ଗୁଆ ଭାଙ୍ଗିବା, ପାନ ଚିରି ରଖିବା, ଦୋଳି ବାନ୍ଧିବା ଆଦି କାମ କରିଥାନ୍ତି।

ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥିବା ବେଳେ ସହରରେ ବିଭିନ୍ନ ମହୋତ୍ସବ ପାଳନ କରାଯାଉଛି। ପୋଡ଼ ପିଠା, ଆରିଷା, କାକରା,ମଣ୍ଡା ଏଭଳି ବିଭିନ୍ନ ପିଠାରେ ମହକୁଥାଏ ପୁରପଲ୍ଲୀ।

ଗାଁମାନଙ୍କରେ ରଜର ମଜା ଟିକେ ଅଲଗା। ବରଗଛ, ଆମ୍ବଗଛ ଏବଂ ନଡ଼ିଆ ଗଛ ମାନଙ୍କରେ ଲୋକ ବାଉଁଶ ଦୋଳି ଲଗାଇଥାନ୍ତି।

ରଜ ପାଇଁ ସପ୍ତାହେ ପୂର୍ବରୁ ବଜାରରେ ଭିଡ଼ ଲାଗିଛି। ଖରାଯୋଗୁଁ ଦିନ ବେଳା କିଣାକିଣି ବନ୍ଦ ହେଉଛି କିନ୍ତୁ ସନ୍ଧ୍ୟା ବେଳେ ଭିଡ଼ ଅଧିକ ଦେଖିବାକୁ ମିଳୁଛି। ରଜ ପାଇଁ ରାଜଧାନୀର ସବୁ ହୋଟେଲ୍, ପାନ୍ଥ ନିବାସ ଚଳଚଞ୍ଚଳ। ଭିନ୍ନ ଭିନ୍ନ ପାରମ୍ପାରିକ ପିଠା ସାଙ୍ଗକୁ ଦୋଳିରେ ହୋଟେଲ ସଜାଉଛନ୍ତି। ଏହି ପର୍ବ ଅବସରରେ ମଲମାନେ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରିବା ସହ ସୁସ୍ୱାଦୁ ଖାଦ୍ୟର ଭଳିକି ଭଳି ବ୍ୟବସ୍ଥା କରାଯାଇଛି।

Comment