ଓଡ଼ିଶାଲାଇଭ୍ ବ୍ୟୁରୋ

ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ ହୁଏ। ପାରମ୍ପାରିକ ରୀତିନୀତିରେ ଆଜି  ଶ୍ରୀଜଗନ୍ନାଥଙ୍କ ବିବାହ ହେବ। ସନ୍ଧ୍ୟା ଧୂପ ପରେ ମହାପ୍ରଭୂଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ସକାଳ ଧୂପ ସମୟରେ ଦକ୍ଷିଣ ଘରେ ମଦନମୋହନ ବେଶ ଆରମ୍ଭ ହୁଏ। ସେବକମାନେ ସକାଳ ଧୂପ ଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀଙ୍କୁ ପ୍ରଦାନ କରନ୍ତି। ଏହାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସଜ୍ଜିତ ପାଲିଙ୍କିରେ ବିଜେ କରାନ୍ତି। ସେଠାରୁ ଶ୍ରୀଦେବୀଙ୍କୁ ସେବକମାନେ ହାତରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଶେଯ ଉପରେ ବିଜେ କରାନ୍ତି। ଅଳଙ୍କାର ଶ୍ରୀଦେବୀଙ୍କୁ ଅଳଙ୍କୃତ କରାଇବା ପୂର୍ବରୁ ତାଙ୍କୁ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନଲାଗି କରାଯାଇଥାଏ।

ଦକ୍ଷିଣ ଘରେ ମହାପ୍ରଭୁ ମଦନମୋହନଙ୍କ ବେଶ ଶେଷ ହେବା ପରେ ରତ୍ନସିଂହାସକୁ ବିଜେ କରନ୍ତି। ଏଭଳି ଭାବେ ଜଗନ୍ନାଥଙ୍କ ବିବାହ ହେବ।

Comment