ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ଯୋଗଦାନ ପାଇଁ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର ମିଳିବ। ବିଶିଷ୍ଟ ଅନୁବାଦକ ତଥା ସମାଲୋଚକ ଶିଶିର ବେହେରା ଯୁବ ପୁରସ୍କାର ମିଳିବ।

ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରାଙ୍କୁ ଯୁବ ପୁରସ୍କାର ମିଳିବ।

ସାହିତ୍ୟ ଏକାଡେମି ପକ୍ଷରୁ ବାଲ ପୁରସ୍କାର ନିମନ୍ତେ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଚଳିତଥର ୧୧ଟି କବିତା ପୁସ୍ତକ, ୬ଟି କ୍ଷୁଦ୍ର ଗଳ୍ପ, ୫ଟି ଉପନ୍ୟାସ ଏବଂ ୧ଟି ସାହିତ୍ୟ ସମାଲୋଚନା ପୁସ୍ତକ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି।

ଓଡ଼ିଆ ଭାଷା ଲାଗି ଜଣାଶୁଣା ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ସାହିତ୍ୟ ଏମାଡେମି ବାଲ୍‌ ସାହିତ୍ୟ ପୁରସ୍କାର-୨୦୧୯ ପାଇଁ ମନୋନୀତ କରାଯାଇଛି। ସେହିପରି ଯୁବ ସାହିତ୍ୟିକ ଶିଶିର ବେହେରାଙ୍କୁ ଓଡ଼ିଆ ଭାଷା ଲାଗି ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି।

୩୫ ବର୍ଷରୁ କମ୍ ବୟସର ଲେଖକଙ୍କୁ ୨୦୧୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Comment