ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପର ମୁଖ୍ୟ ବାଧକ ସାଜିଛି ବର୍ଷା। ବର୍ଷା ଯୋଗୁଁ ଗୋଟିଏ ପରେ ଗୋଟଏ ମ୍ୟାଚ୍‌ ବାତିଲ ହେବାରେ ଲାଗିଛି। ଏହାକୁ ନେଇ ବଲିଉଡ ବିଗ୍‌ ବି ଅମିତାଭ୍‌ ବଚ୍ଚନ ମୁହଁ ଖୋଲିଛନ୍ତି। ଟୁର୍ଣ୍ଣାମେଣ୍ଟକୁ ଭାରତରେ ସିଫ୍ଟ୍‌ କରିବା ପାଇଁ ବିଗ୍‌ ବି କହିଛନ୍ତି।

ବିଗ୍‌ ବି ଲେଖିଛନ୍ତି ଯେ, “ବିଶ୍ୱକପ ଭାରତରେ କରାନ୍ତୁ, ଆମକୁ ବର୍ଷା ଦରକାର।” ଜୁନ୍‌ ମାସ ମଧ୍ୟ ଭାଗରେ ପହଞ୍ଚିଲାଣି, ହେଲେ ଭାରତରେ ବର୍ଷା ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଗ୍‌ ବି ବଚ୍ଚନ ଭାରତରେ ବିଶ୍ୱକପ୍‌ ସ୍ଥାନାନ୍ତର କରିବା ପାଇଁ କହିଛନ୍ତି। ତେବେ ବିଗ୍‌ ବିଙ୍କ ଏହି ମଜାଳିଆ ପୋଷ୍ଟକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।

ଏବେ ବିଶ୍ୱକପ ଉପରେ ସାରା ବିଶ୍ୱର ନଜର। ନିକଟରେ ବର୍ଷା ପାଇଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ଆସନ୍ତା ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ ଅନିଶ୍ଚିତତା ଭିତରେ ଅଛି।

Comment