ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷୀଣ କାଶ୍ମୀରରେ ଆଜି ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମେଜର ସହିଦ ହୋଇଥିଲେ। ସେହିପରି ଆଉ ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଏହି ଗୁଳିବିନିମୟ ଅନନ୍ତନାଗ ଜିଲ୍ଲାର ଆଛାବାଲ ଅଞ୍ଚଳରେ ଘଟିଥିଲା।

ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଛାବଲ ଅଞ୍ଚଳରେ ସୁରକ୍ଷା ବାହିନୀ ସୋମବାର ସକାଳେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସର୍ଚ୍ଚ ଅପରେସନ ବେଳେ ପ୍ରଥମେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲେ ଯବାନ। ପରେ ଆତଙ୍କବାଦୀ ଏବଂ ଯବାନଙ୍କ ଭିତରେ ଗୁଳିବିନିମୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here