ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ସିଂହଦ୍ୱାରରେ ସ୍ଥାପିତ ହୋଇଛି ଜୟ ବିଜୟଙ୍କ ବିଗ୍ରହ। ମହାବାତ୍ୟା ଫନି ବିଗାଡ଼ି ଦେଇଥିଲା ସମ୍ପୂର୍ଣ୍ଣ ପୁରୀ ସହର। ଏଥିରୁ ବାଦ୍ ପଡ଼ି ନଥିଲା ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଜୟ ବିଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। ସୋମବାର ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ଉଭୟ ଜୟ ଓ ବିଜୟଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି।

ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ କହିଛନ୍ତି, ‘‘ରଥଯାତ୍ରା ସମନ୍ୱୟ ବୈଠକରେ ବସିଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଜୟ ବିଜୟଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାରରେ ଏହି ଦୁଇ ବିଗ୍ରହ ସ୍ଥାପନ କରାଯାଇଛି।’’

ଜୟ ଓ ବିଜୟ ବିଗ୍ରୟ ଖଣ୍ଡୋଲାଇଟ୍ ପଥରରେ ନିର୍ମିତ ହୋଇଛି। ଏହାର ଉଚ୍ଚତା ୫ ଫୁଟ ରହିଛି।

Comment