ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଜୁନ୍‌ ୨୦ରୁ ୨୨ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ କରିବ ମୌସୁମୀ ବାୟୁ।

ଜୁନ୍‌ ୨୦ରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ତେବେ ଏହି ଲଘୁଚାପ ହିଁ ଓଡ଼ିଶାରେ ମୌସୁମୀ ଆଣିବା ପାଇଁ ସହାୟକ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର ବିଶ୍ୱାସ କହିଛନ୍ତି।

ଚଳିତ ବର୍ଷ ରାଜ୍ୟରେ ବିଳମ୍ବରେ ମୌସୁମୀର ଆଗମନ ହେଉଛି। ଜୁନ୍‌ ମାସ ତୃତୀୟ ସପ୍ତାହରେ ପହଞ୍ଚିଲାଣି, ହେଲେ ରାଜ୍ୟରେ ବର୍ଷାର ଦେଖାନାହିଁ। ଏହାକୁ ନେଇ ଚିନ୍ତାରେ ଚାଷିକୂଳ। ତେବେ ବର୍ତ୍ତମାନ ଆଶ୍ୱସ୍ତି ମିଳିବାକୁ ଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶାକୁ ମୌସୁମୀ ଛୁଇଁବ।

Comment