ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପର ୩୮ତମ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳକୁ ଏକ ନୂଆ ରଙ୍ଗ ଜର୍ସିରେ ଦେଖିବାକୁ ମିଳିବ। ଜୁନ ୩୦ରେ ବିର୍ମଙ୍ଗ୍‌ହାମ୍‌ରେ ହେଉଥିବା ଏହି ମ୍ୟାଚରେ ଦଳ ନୀଳ ଜର୍ସି ପରିବର୍ତ୍ତେ କମଳା ରଙ୍ଗ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ।

ରଙ୍ଗ ହିସାବରେ ଦେଖିବାକୁ ଗଲେ  ଭାରତ ଓ ଇଂଲଣ୍ଡ ଦଳର ଜର୍ସିର ରଙ୍ଗ ଏକ ପ୍ରକାରର ସମାନ ହୋଇଥିବାରୁ ଭାରତକୁ ନିଜର ଜର୍ସି ବଦଳାଇବାକୁ ହେବ। ଆଇସିସି ନିୟମନୁସାରେ ଆୟୋଜକ ଦଳ ନିଜ ସ୍ଥାୟୀ ଜର୍ସି ପରିବର୍ତ୍ତେ ଅନ୍ୟ ଜର୍ସି ପିନ୍ଧି ପାରିବେନି। ତେଣୁ ଭାରତକୁ ହିଁ ନିଜର ଜର୍ସି ବଦଳାଇବାକୁ ପଡିବ।

ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଜୁନ ୨ରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିଜ ଜର୍ସି ବଦଳାଇଥିଲା। ଦୁଇଦଳର ସମାନ ରଙ୍ଗ ଜର୍ସି ହୋଇଥିବାରୁ ଦକ୍ଷିଣ ଆଫ୍ରିକା ସବୁଜ ରଙ୍ଗ ବଦଳରେ ହଳଦିଆ ରଙ୍ଗ ଜର୍ସି ପିନ୍ଧି ମ୍ୟାଚ୍‌ ଖେଳିଥିଲା।

Comment