ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ ) ୧୫ ବାଟାଲିୟନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ପୋଲିସ ରିଜର୍ଭ ପଡିଆ ନିକଟରେ ଥିବା ଭିୟୁ ପଏଣ୍ଟଠାରେ ଏହି ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏଥିରେ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନବରଙ୍ଗପୁର ଶାଖା ଦିବ୍ୟଜ୍ୟୋତି ଭବନର ବ୍ରହ୍ମକୁମାରି ମମତାଜି ଯୋଗ ମାଧ୍ୟମରେ ଆମ ଶରୀର କିଭଳି ସୁସ୍ଥ ଓ ଚିନ୍ତା ମୁକ୍ତ ରହିବ ସେନେଇ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମକୁମାରି ରାଖୀଙ୍କ ସମେତ କମାଣ୍ଡାଣ୍ଟ ବିକ୍ରମ ଶର୍ମା, ଡେପୁଟି କମାଣ୍ଡାଣ୍ଟ ରିତେଶ କୁମାରଙ୍କ ସମେତ ସମସ୍ତ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ।

ସେହିପରି ନବରଙ୍ଗପୁର ରାଜୁସାହିସ୍ଥିତ ସିଦ୍ଧି ବିନାୟକ ମନ୍ଦିର କମିଟି ପକ୍ଷରୁ ମଧ୍ୟ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥିଲା। ସିଦ୍ଧି ବିନାୟକ ମନ୍ଦିର ପରିସରରେ ଏହି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସିଦ୍ଧି ବିନାୟକ ମନ୍ଦିରର ସମସ୍ତ କର୍ମକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବୁବୁ ପାତ୍ର, ଶ୍ରୀରାମ, ପିଣ୍ଟୁ ନାୟକ, ବ।ସୁ ଓ ଶରଣ ପ୍ରମୁଖ ଉପସ୍ଥିତ ଥିଲେ।

Comment