ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ପାଳନ କରିବାକୁ ଦେଶବାସୀଙ୍କୁ ଅଭିନବ ବାର୍ତ୍ତା ଦେଇଛନ୍ତି ଜଟଣୀ ହାଟ ବଜାରର ଏଲ.ଇଶ୍ଵର ରାଓ। ପେନସିଲ୍‌ ମୁନରେ ଜଣେ ଧ୍ୟାନରତ ମୁନିଙ୍କ କଳାକୃତି କରି ଏହି ବାର୍ତ୍ତା ଦେଇଛନ୍ତି।

ସାରା ବିଶ୍ଵରେ ଆଜି ଯୋଗ ଦିବସ ପାଳନ କରାଯାଉଛି। ଏହି ଦିବସରେ ଲୋକଙ୍କୁ ଯୋଗ କରିବାକୁ ଉତ୍ସାହିତ କରିଛନ୍ତି ଏଲ.ଇଶ୍ଵର ରାଓ। ସେ ପ୍ରତ୍ୟକ ସ୍ଵତନ୍ତ୍ର ଦିନରେ ଏଭଳି କଳାକୃତି କରନ୍ତି। ଏହି କଳାକୃତି କରିବା ସହ ଲୋକଙ୍କୁ ଯୋଗ କରିବାକୁ ନିବେଦନ କରିଛନ୍ତି।

ଏହା ପୂର୍ବରୁ ଏଲ.ଇଶ୍ଵର ରାଓ ପେନସିଲ୍‌ ମୁନରେ ଛୋଟ ଶିବଲିଙ୍ଗର କଳାକୃତ୍ତି କରି ବେଶ ପ୍ରଶଂସା ସାଉଁଟି ଥିଲେ। ଏହାସହ ତେନ୍ତୁଳି ମଞ୍ଚିରେ ବିୁଶ୍ଵକପ ଟ୍ରଫି ମଧ୍ୟ କରିଥିଲେ।

ଏହି କଳାକୁ ଆଗକୁ ନେବାପାଇଁ ‘ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ’ ନାମରେ ଗୋଟିଏ ସ୍କୁଲ ଖୋଲି ନିଜ ଅଞ୍ଚଳର ପ୍ରାୟ ୧୨୦ ଜଣ ପିଲାଙ୍କୁ ମାଗଣାରେ ଏହି କଳାକୃତି ଶିକ୍ଷା ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ବିଶ୍ଵ ରେକର୍ଡ, ଇଣ୍ଡିଆ ବୁକଅଫ ରେକର୍ଡ, ଇଣ୍ଡିଆ ୟଙ୍ଗ ଆଚିଭର ରେକର୍ଡ, ୱ୍ୱାଣ୍ଡର ବୁକ ଅଫ ରେକର୍ଡ, ମିରାକିଲ ୱାର୍ଲଡ ଅଫ ରେକର୍ଡ ଓ ଏସିସିଟି ୱାର୍ଲଡ ଅଫ ରେକର୍ଡ ପ୍ରଭୁତି ପାଇ ସାରିଛନ୍ତି।

Comment