ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ତ୍ରିଶୁଳିଆସ୍ଥିତ ‘ଦ କୌଟିଲ୍ୟ’ ଅନୁଷ୍ଠାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ଦ କୌଟଲ୍ୟର ବିଦ୍ୟାର୍ଥୀମାନେ ସାମିଲ ହୋଇଥିଲେ।

ଏହି ଅବସରରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରତାପ ଶଙ୍କର ମିଶ୍ର ଛାତ୍ରଛାତ୍ରୀଙ୍କୁ ଯୋଗର ମହତ୍ତ୍ୱ ବିଷୟରେ ଜଣାଇବା ସହ ପିଲାମାନଙ୍କୁ ଯୋଗର ଭିନ୍ନ ଭିନ୍ନ ଆସନ ବିଷୟରେ ଅବଗତ କରାଇଥିଲେ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଦେବୀତୋଷ ଆଚାର୍ଯ୍ୟଙ୍କ ସମେତ ଶିକ୍ଷାନୁଷ୍ଠାନର ଅନ୍ୟ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

‘ଦ କୌଟିଲ୍ୟ’ରେ ଏହି ଯୋଗାସନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂସ୍ଥାର ନିର୍ଦ୍ଦେଶକ ଅଭିଜିତ ଦାସ ଏବଂ ସିଦ୍ଧାର୍ଥ ସାହୁ।

Comment