ଓଡ଼ିଶାଲାଇଭ୍ ବ୍ୟୁରୋ
ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାରକାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି।
ରାଜ୍ୟ ସଚିବାଳୟରେ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ।
ନବୀନ ଜିନ୍ଦଲ କହିଥିଲେ ଯେ ଏକ ଦାୟୀତ୍ୱବାନ କର୍ପୋରେଟ୍ ଭାବରେ ଜେଏସପିଏଲ୍ ସବୁବେଳେ ପ୍ରାକୃତିକ ଦୁର୍ବପାକ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିଆସିଛି। ଫନି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଅମେ ଓଡିଶାର ଜନସାଧାରଣ ତଥା ସରକାରଙ୍କ ସହିତ ରହିଛୁ।
ଫନି ବାତ୍ୟା ପରେ ଜେଏସପିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀରେ ଜିଲ୍ଲା ପ୍ରଶାସନର ସମନ୍ୱୟରେ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଏକ ଲକ୍ଷ ମିଲ୍ (ରନ୍ଧା ଖାଦ୍ୟ) ଯୋଗାଇ ଦିଆଯାଇଥିଲା।
ସୁନ୍ଦରଗଡର ଟେନ୍ସାଠାରେ ଥିବା ଜେଏସପିଏଲ୍ ଟିଆରବି ମାଇନ୍ସ ପକ୍ଷରୁ ୫୦୦୦୦ ଲିଟର ପାନୀୟ ଜଳ ଏବଂ ଅନୁଗୁଳ କାରଖାନା ପକ୍ଷରୁ ସରକାରୀ କାର୍ଯ୍ୟାଳୟ ମରାମତି ନିମନ୍ତେ ସିମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଥିଲା।


















