ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା

ଆଗାମୀ ୨୪ ଘଣ୍ଟା ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଫଳରେ ବର୍ଷାର ପରିମାଣ ବଢ଼ିପାରେ। କାରଣ ଆହୁରି ୨ ଦିନ ଲଘୁଚାପର ପ୍ରଭାବ ରହିବ।

ଅଣସର ଗୃହରେ ମହାପ୍ରଭୁ: ଆଜି ଲାଗି ହେବ ଫୁଲୁରି ତେଲ

ଚତୁର୍ଦ୍ଧାମୂର୍ତ୍ତିଙ୍କର ସେବା କରୁଛନ୍ତି ଦଇତାପତି ସେବାୟତ। ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ପଞ୍ଚମ ଦିନ। ଏହି ଦିନରେ ମହାପ୍ରଭୁଙ୍କୁ ଫଲୁରି ତେଲ ଲାଗି କରାଯିବ। ଏହି ତେଲ ଲାଗି ପରେ ମହାପ୍ରଭୁ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି।

ମୋଦିଙ୍କୁ CJIଙ୍କ ଚିଠି, ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରିବାକୁ କଲେ ଅନୁରୋଧ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଟି ଚିଠି ଲେଖିଛନ୍ତି। ଚିଠିରେ ସେ ବିଭିନ୍ନ ପ୍ରସଙ୍ଗ ରଖିଛନ୍ତି। ସେଥିରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ପ୍ରଥମ ଚିଠିରେ ପ୍ରଥମେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଜଷ୍ଟିସ ଗୋଗୋଇ ଲେଖିଛନ୍ତି। ଦେଶର ତମାମ କୋର୍ଟରେ ୪୩ ଲକ୍ଷ ମାମଲା ପଡ଼ି ରହିଛି। ବିଚାରପତିଙ୍କ ସଂଖ୍ୟା କମ୍ ଥବାରୁ ଏହି ମାମଲାର ଶୁଣାଣି ହୋଇ ପାରୁନାହିଁ ବୋଲି ମୁଖ୍ୟ ବଚାରପତି ଚିଠିରେ ଲେଖିଛନ୍ତି।

Comment