ଓଡ଼ିଶାଲାଇଭ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୩ ରାଜ୍ୟସଭା ପ୍ରାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହି ୩ ପ୍ରାର୍ଥୀ ହେଲେ ବିଜେଡିର ଦୁଇ ନେତା ତଥା ଅମର ପଟ୍ଟନାୟକ, ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ।

ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି।

୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୮କୁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ନିର୍ଦ୍ଧାରଣ କରାଯାଇଛି। ଜୁଲାଇ ୫ ତାରିଖରେ ବିଧାନସଭା ପରିସରରେ ଭୋଟ ଗ୍ରହଣ ହେବ। ସେହଦିନ ଅପରାହଣ ୫ଟା ବେଳେ ଫଳାଫଳ ଘୋଷଣା ହେବ।

ପ୍ରତାପ ଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟର ଏହି  ୩ଟି ଆସନ ଖାଲି ପଡ଼ିଛି।

Comment