ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥକାମ। ତିନି ରଥରେ ପ୍ରଥମ ଭୂଇଁ ଲାଗିସାରିଛି। ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଦ୍ୱିତୀୟ ଭୂଇଁ ସଂଯୋଗ ହେବା ପୂର୍ବରୁ ଚଉଦ ନାହାକ ଏବଂ ଖଦିଓରା ସମ୍ପନ୍ନ ହୋଇଛି। ଏହାପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ।

ସୋମବାରଠୁ ସେବାୟତମାନେ ରଥରେ ରଙ୍ଗ ଲଗେଇବା କାମ ଆରମ୍ଭ କରିଛନ୍ତି। ରଥ ସହ ପାର୍ଶ୍ୱଦେବୀଙ୍କଠାରେ ରଙ୍ଗ କାମ ମଧ୍ୟ ଚାଲିଛି। ଏହାସହ ରଥମାନଙ୍କରେ କଣ୍ଟା ଲଗାଇବା କାର୍ଯ୍ୟ ମଧ୍ୟ କରାଯାଉଛି।

Comment