ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଭାଙ୍ଗିଲା ଚନ୍ଦ୍ରବାବୁଙ୍କ ଭବ୍ୟ କୋଠା ‘ପ୍ରଜା ବେଦିକା’

ହାତରୁ ଶାସନ ଖସିବା ସହିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଡ଼ୁଆ ବଢ଼ିବାରେ ଲାଗିଛି।  ତାଙ୍କ ଅମରାବତୀସ୍ଥିତ ଭବ୍ୟ ବାସ ଭବନ ‘ପ୍ରଜା ବେଦିକା’କୁ ଜେସିବି ଦ୍ୱାରା ଭଙ୍ଗଙ୍ଗାଯାଇଛି।

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା

ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ କୌଣସି ବି ମ୍ୟାଚରେ ପରାଜୟ ହୋଇନାହିଁ। ୬ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଛି।

ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ଆମେରିକା ବୈଦେଶିକ ସଚିବ, ଏହି ପ୍ରସଙ୍ଗ ଉପରେ କଲେ ଆଲୋଚନା

ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିୟୋ ପ୍ରଥମଥର ଭାରତ ଗସ୍ତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୋଦି ଓ ପୋମ୍ପିୟୋଙ୍କ ଏହି ଭେଟଘାଟ ନୂଆଦିଲ୍ଲୀର ସେଭେନ୍ ଲୋକମାନ୍ୟ ମାର୍ଗରେ ହୋଇଛି।

ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ। ଏନେଇ ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

ନୂଆ ଆଡଭୋକେଟ ଜେନେରାଲ ଭାବେ ବୁଧବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା। ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାର ଆଡଭୋକେଟ ଜେନେରାଲ ଭାବେ ତାଙ୍କୁ ରାଜ୍ୟ ସରକାର ସୋମବାର ନିଯୁକ୍ତି ଦେଇଥିଲେ।

ଜୁନ୍ ୨୭କୁ ବଢ଼ିଲା ଏମବିବିଏସ-ବିଡିଏସ ନାମ ରେଜିଷ୍ଟ୍ରେସନ୍

ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ଓଜେଇଇ ପକ୍ଷରୁ ଜୁନ୍ ୨୫ରେ ଧାର୍ଯ୍ୟ କରାଯାଇଥିବା ରେଜିଷ୍ଟ୍ରେସନର ସମୟସୀମାକୁ ଜୁନ୍ ୨୭କୁ ବୃଦ୍ଧି କରାଯାଇଛି।

କାକଟପୁରରୁ ଆସିଲା ମହାପ୍ରଭୁଙ୍କ ଲାଗି ଫଳଭାର

ଜରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅଣସର ଗୃହରେ ମହାପ୍ରଭୁଙ୍କ ଗୋପନ ସେବା ଚାଲିଛି। ମହାପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗିବା ପଣେ ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେଉଛନ୍ତି। ମହାପ୍ରଭୁ କେମିତି ଜଲଦି ସୁସ୍ଥ ହେବେ ସେଥିପାଇଁ ମହାପ୍ରଭୁଙ୍କ ମାମୁଘର କୁହାଯାଉଥିବା କାକଟପୁରର ବିଶ୍ୱାମିତ୍ରଙ୍କ ଆଶ୍ରମ ଓ ଏନ୍ତୁଡ଼ିଶାଳ କୁହାଯାଉଥିବା ଦେଉଳି ମଠ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଯାଇଛି ଅନେକ ଫଳଭାର।

Comment