ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ଦଳ, ବ୍ୟାଟ୍ସମ୍ୟାନ ଓ ବୋଲର ତାଲିକାରେ ଭାରତ ୧ ନମ୍ଵରରେ ରହିଛି। ଦିନିକିଆ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲି ଥିଲା ବେଳେ ବୋଲିଂରେ ଯଶପ୍ରିତ ବୁମରା ରହିଛନ୍ତି ଆଗରେ। ସେହିପରି ଆଇସିସି ଶ୍ରେଷ୍ଠ ଦଳ ଭାବେ ଭାରତ ଶୀର୍ଷ ସ୍ଥାନରେ ରହିଛି।

ପୂର୍ବରୁ ଇଂଲଣ୍ଡ ୧୨୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଭାରତ ୧୨୩ ପାଇ ଦ୍ଵିତୀୟରେ ରହିଥିଲା। ଚଳିତ ବିଶ୍ଵକପରେ ଇଂଲଣ୍ଡ ୭ଟି ମ୍ୟାଚ ଖେଳି ୩ଟିରେ ପରାଜୟ ହୋଇ ଦିନିକିଆ ମାନ୍ୟତାର ୨ ପଏଣ୍ଟ ତଳକୁ ଖସି ଅସି ଦ୍ଵିତୀୟ ସ୍ଥାନରେ ରହିଛି।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ୮୯୦ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ତାଙ୍କ ପଛକୁ ରୋହିତ ଶର୍ମା ୮୩୯ ପଏଣ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ବୋଲିଂରେ ଟିମ୍‌ ଇଣ୍ଡିଆର ଜଶପ୍ରିତ୍‌ ବୁମରା ୭୭୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାଣ୍ଡ ଦଳର ଟ୍ରେଣ୍ଟ ବାଉଲ୍ଟ (୭୫୩) ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

Comment