ଓଡ଼ିଶାଲାଇଭ୍‌ ବ୍ୟୁରୋ

“ନାରୀର ସୁରକ୍ଷା ପାଇଁ ନେଇଛୁ ପଣ, ଦେଶ ପାଇଁ ନିଜକୁ କରିଛୁ ଅର୍ପଣ” ଏହି ଗୀତ ଗାଇଁଛନ୍ତି ଗଜପତି ଜିଲ୍ଲାର ଏସ୍‌ ପି ସାରା ଶର୍ମା। ଗଜପତି ଜିଲ୍ଲାରେ ନାରୀମାନଙ୍କ ସୁରକ୍ଷା ପାଇଁ ଏସ୍‌ ପି ସାରା ଶର୍ମା ଆରମ୍ଭ କରିଛନ୍ତି ‘ସି ଟିମ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପାଇଁ ପ୍ରସ୍ତୁତ ଏକ ଥିମ୍‌ ସଙ୍ଗ ଗାଇ ଏବେ ବେଶ୍‌ ଚର୍ଚ୍ଚାରେ ଆଇପିଏସ୍‌ ସାରା ଶର୍ମା।

ଗଜପତି ଜିଲ୍ଲାରେ ନାରୀମାନଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ‘ସି-ଟିମ୍‌’ କାର୍ଯ୍ୟକ୍ରମ। କଲେଜ ଛାତ୍ରୀ ତଥା ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତଠାରୁ ଆରମ୍ଭ କରି ନିର୍ଯ୍ୟାତନାର ଶୀକାର ମହିଳାମାନେ ସି-ଟିମ୍‌ ନିକଟରେ ଅଭିଯୋଗ କରିପାରିବେ। ତେବେ ଏହାକୁ କିଭଳି ଲୋକଲୋଚନକୁ ଆସିପାରିବ ସେନେଇ ସାରା ଶର୍ମା ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ଆଉ ତାହା ହେଉଛି ‘ସି-ଟିମ୍‌’ର ଥିମ୍‌ ସଙ୍ଗ୍‌। ଯାହାର କଣ୍ଠଦାନ କରିଛନ୍ତି ନିଜେ ଏସ୍‌ପି ସାରା ଶର୍ମା।

ସାରା ଶର୍ମାଙ୍କ ଏହି ଗୀତ ବର୍ତ୍ତମାନ ଡିଜିଟାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସାଢେ ୪ ମିନିଟ୍‌ର ଭିଡିଓ ସୋସିଆଲ ମଡିଆରେ ବେଶ୍‌ ଧୁମ ମଚାଇଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି। ଏହାକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଆଇପିଏସ୍‌ ସାରା ଶର୍ମା।

ସାରା ହେଉଛନ୍ତି ସମ୍ବଲପୁର ଜିଲ୍ଲାର ପ୍ରଥମ ମହିଳା ଆଇପିଏସ୍‌। ଗଜପତି ଜିଲ୍ଲାର ଏସ୍‌ପି ଭାର ସମ୍ଭାଳିବା ପୂର୍ବରୁ ସେ ଦେବଗଡ଼ର ଏସ୍‌ପିଭାଷ କାର୍ଯ୍ୟକରି ଜାତୀୟପୁରସ୍କୃତ ହୋଇଛନ୍ତି। ଏହା ପୂର୍ବରୁ ବାତ୍ୟା ‘ଫନି’ ପୀଡ଼ିତଙ୍କ ସହାୟତା ପାଇଁ ଘର ଘର ବୁଲି ପାଣ୍ଠି ସଂଗ୍ରହ କରି ସମ୍ମାନର ପାତ୍ର ହୋଇଥିଲେ ସାରା। ଆଉ ଏବେ ପୁଣିଥରେ ନାରୀମାନଙ୍କ ସୁରକ୍ଷା ପାଇଁ ଏକ ଭିନ୍ନ ପନ୍ଥା ଅବଲମ୍ବନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା।

Comment