ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୧ ପ୍ରତିଶତ ବୃଦ୍ଧି ପାଇଛି।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାର ଅଭିବୃଦ୍ଧି ହାର ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭଳି ରାଜ୍ୟକୁ ପଛରେ ପକାଇ ଦେଇଛି।

ସେହିପରି କୃଷି କ୍ଷେତ୍ରରେ ୪୮ ପ୍ରତିଶତ ଶ୍ରମ ନିଯୁକ୍ତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କୃଷି କ୍ଷେତ୍ରରୁ ଘର ପିଛା ମାସିକ ଆୟରେ ମଧ୍ୟ ବୃଦ୍ଧି ଘଟିଛି।

୨୦୧୨-୧୩ରେ କୃଷିକ୍ଷେତ୍ରରୁ ମାସିକ ଘରୋଇ ଆୟ ୪ ହଜାର ୯୭୬ ଟଙ୍କା ଥିବା ବେଳେ ୨୦୧୬-୧୭ରେ ଏହା ୭ ହଜାର ୭୩୧ ଟଙ୍କାକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଜଣାପଡ଼ିଛି।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର କମ୍ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ୧୯୯୮-୯୯ରୁ ୨୦୧୫-୧୬ ମଧ୍ୟରେ ଏହା ୪୧ ପଏଣ୍ଟ ହ୍ରାସ ପାଇଥିବା ଜଣାପଡ଼ିଛି।

Comment