ଓଡ଼ିଶାଲାଇଭ ବ୍ୟୁରୋ

ଅମରନାଥ ଯାତ୍ରା ସୋମବାରରୁ ଆରମ୍ଭ ହେବାକୁ ଯାଉଛି। ଏହି ଯାତ୍ରାକୁ ସୁଗମ କରିବା ପାଇଁ ବାଲଟାଲ ଏବଂ ପହଲଗାମ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ସହ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ୪୬ ଦିନଆ ଯାତ୍ରା ଲାଗି ଉଭୟ ରାସ୍ତା ବାଲଟାଲ ଓ ପହଲଗାମରୁ ଆରମ୍ଭ ହେବ। ଏଥିପାଇଁ ସବୁ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ସିଆରପିଏଫ ଯବାନ ଓ ଜମ୍ମୁ କଶ୍ମୀର ପୋଲିସଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା ଯେପରି କୌଣସି ପ୍ରକାର ଅବହେଳା ନହୁଏ ସେଥିପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି।

ଜୁଲାଇ ପହିଲାରୁ ଏହି ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୧୫ରେ ଶେଷ ହେବା ଏଥର ଯାତ୍ରା ଅବଧି ୪୬ ଦିନ ରହିଛିା ଗତ ବର୍ଷ ଯାତ୍ରା ଅବଧି ୬୦ ଦିନ ଥିଲା।

ପ୍ରତି ବର୍ଷ ଅମରନାଥ ଯାତ୍ରା ଜମ୍ମୁ କଶ୍ମୀର ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଥାଏ କାରଣ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ଯାତ୍ରା ପାଇଁ ରାସ୍ତା ତିଆରି କରିବା ଏବଂ ଦେଶ ବିଦେଶରୁ ଆସିଥିବା ଭକ୍ତଙ୍କ ବ୍ୟବସ୍ଥା କରିବାକୁ ପଡ଼ିଥାଏା

Comment